July 4, 2025
Home » ସିଂହିଯୁବା ହାଇସ୍କୁଲରେ ୪ ଶିକ୍ଷକ ଙ୍କ ଯୋଗଦାନ

ସିଂହିଯୁବା ହାଇସ୍କୁଲରେ ୪ ଶିକ୍ଷକ ଙ୍କ ଯୋଗଦାନ

0
WhatsApp Image 2025-02-23 at 12.59.57 PM

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ,ସିଂହିଯୁବା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପାଶୟତଙ୍କ ସଭାପତିତ୍ବରେ ନୂତନ ଭାବରେ ଯୋଗଦେଇଥିବା ହିନ୍ଦୀ ଶିକ୍ଷକ ବିଜୟ କୁମାର ବେହେରା ଓ ଖେଳ ଶିକ୍ଷକ ରଞ୍ଜନ ସାହୁ ଦ୍ୱୟଙ୍କୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ତଥା ଅଭିଭାବକ ମାନଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସଭାରେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡା,ପରିଚାଳନା କମିଟି ସଦସ୍ୟ ପବିତ୍ର ଶର୍ମା, ନିରାକାର କର୍ଣ୍ଣ ପ୍ରମୁଖ ମଞ୍ଚାସିନ ହୋଇ ବିଦ୍ୟାଳୟର ବହୁ ଦିନରୁ ଖାଲି ପଡ଼ିଥିବା ହିନ୍ଦୀ ଓ ଖେଳ ଶିକ୍ଷକ ପଦବୀ ପୂରଣ ହୋଇଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ନବ ନିଯୁକ୍ତ ଶିକ୍ଷକ ଦ୍ବୟ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବେ ଓ ବିଦ୍ୟାଳୟ ର ବିକାଶରେ କାର୍ଯ୍ୟ ସମ୍ପାଦନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବ ସପ୍ତାହ ରେ ଉଭୟ କଳା ଶିକ୍ଷକ ହେମନ୍ତ ମେସୁଆ ଓ ଗଣିତ ଶିକ୍ଷକ ଅନିଲ ସେଠୀ ସ୍କୁଲ ରେ ନୂତନ ଭାବରେ ଯୋଗଦାନ କରିଥିବାରୁ ବର୍ତ୍ତମାନ ସ୍କୁଲ ରେ ସ୍କୁଲଟି ଶିକ୍ଷକ ଶୂନ୍ୟ ଅବସ୍ଥାରୁ ଶିକ୍ଷକ ପୂର୍ଣ୍ଣ ହେବାରେ ଲାଗିଥିବାରୁ ଛାତ୍ର ଛାତ୍ରୀ, ଅଭିବହାକ ଓ ଶିକ୍ଷାବିତ ବୃନ୍ଦ ଖୁସି ତଥା ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଡ. ପଶାୟତ ଙ୍କ ସଠିକ ମାର୍ଗଦର୍ଶନ ଓ ସୁପରିଚାଳନା ରେ ଆଗାମୀ ଦିନରେ ସିଂହିଯୁବା ସ୍କୁଲ ରେ ଶିକ୍ଷ୍। ବ୍ୟବସ୍ଥାରେ ସ୍ଵାଭାବିକ ଅବସ୍ଥା ଫେରି ଆସିବ ବୋଲି ସମସ୍ତେ ମତବ୍ୟକ୍ତ କରିଛନ୍ତି। ପ୍ରେମରାଜ ପତି ସଭାକୁ ସଂଯୋଜନା କରିଥିଲେ । ସଭାକାର୍ଯ୍ୟ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍କାଉଟ ଓ ଗାଇଡ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ, ଶିକ୍ଷକ ରାଜା ରାମ ପ୍ରଧାନ, ଶିବ ପ୍ରସାଦ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ପଦ୍ମନାଭ ମହାଣ। ଧନ୍ୟବାଦ୍ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *