July 1, 2025
Home » ସିଏମ୍ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନ ୨୦୨୫ ଅନୁଷ୍ଟିତ

ସିଏମ୍ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନ ୨୦୨୫ ଅନୁଷ୍ଟିତ

0
deba-khel

ଦେଓଗଡ଼ ଜିଲ୍ଲା ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମ ଠାରେ ସାତ ଦିନିଆ ପନ୍ଦର ବର୍ଷ ରୁ କମ ଖେଳାଳି ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ଅନୁଷ୍ଟିତ ହୋଇଛି। ସିଏମ୍ ଟ୍ରଫି ଫୁଟବଲ ଚମ୍ପିୟାନସିପ୍ ରେ ପନ୍ଦର ବର୍ଷ ରୁ କମ ଜିଲ୍ଲା ର ଅନେକ ଖେଳାଳି ଗ୍ରାମାଞ୍ଚଳ ରୁ ଭାଗ ନେଉ ଥିବା ଜଣାପଡ଼ିଛି। ଅନୁଷ୍ଟିତ ସିଏମ ଟ୍ରଫି ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ ଯୋଗ ଦେଇ ଖେଳକୁ ଶୁଭାରମ୍ଭ କରିଥିଲେ।

ଅନ୍ୟ ପକ୍ଷରେ ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ରେଵିକା ବିନୁ। ଉପଜିଲ୍ଲାପାଳ ପରଖୀତ ସାହୁ। କ୍ରୀଡା ଅଧିକାରୀ। ପୂର୍ବ ତନ ଖେଳାଳୀ। ଜିଲ୍ଲା ର ଅନେକ ବରିଷ୍ଟ ବୁଦ୍ଧିଜୀବି ମାନେ ମଧ୍ୟ ଉପସ୍ଥିତ ଥାଇ ସିଏମ୍ ଟ୍ରଫି ଚମ୍ପିୟାନ ସିପ ଶୁଭାରମ୍ଭ ହୋଇଥିଲା। ପନ୍ଦର ବର୍ଷ ରୁ କମ ଖେଳାଳି ମାନେ ସିଏମ୍ ଟ୍ରଫି ରେ ଭାଗ ନେଇ ଆନନ୍ଦ ଉଲ୍ଲାସ ରେ ଖେଳୁ ଥିବା ଦେଖିବାକୁ ମିଳିଥିଲା।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *