February 5, 2026
Home » ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

0
WhatsApp Image 2025-05-14 at 11.33.12 AM

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଧର୍ମଗଡ ସ୍ଥିତ ଏଲନିସି ମିଶନ ସ୍କୁଲର ଛାତ୍ରୀ ଭାରତୀ ଅଗ୍ରୱାଲ (ଆସ୍ଥା) ୯୫.୮୦ ପ୍ରତିଶତ ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି।
ଧର୍ମଗଡ ର ବିଶିଷ୍ଟ ବ୍ୟବସାୟୀ ସୁକଲାଲ ଅଗ୍ରୱାଲ ଙ୍କ ନାତୁଣୀ ତଥା ମାତା ଅଞ୍ଜନା ଅଗ୍ରୱାଲ ଓ ପିତା ମହେଶ ଅଗ୍ରୱାଲ ଝିଅ ଭାରତୀ ଙ୍କ ଏହି ସଫଳତାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ତଥା ସହର ବାସୀ ଙ୍କ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ ଜ୍ଞାପନ କରାଯାଇଛି।
ତାଙ୍କର ସଫଳତା ପଛରେ ସ୍କୁଲ୍ ଶିକ୍ଷକଙ୍କ ପ୍ରେରଣା ଓ ଅଭିଭାବକଙ୍କ ମାନଙ୍କ ଆଶୀର୍ବାଦ ରହିଛି ବୋଲି ଭାରତୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଏଲନିସି ମିଶନ ସ୍କୁଲର ଛାତ୍ରୀ କୃଷ୍ଣା ପ୍ରିୟ ଦର୍ଶନି ବେହେରା ୯୪ ପ୍ରତିଶତ, ରେସମ କାନ୍ତ ପାତ୍ର ୯୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏହି ସ୍କୁଲ୍ ର ମୋଟ ୪୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ ଙ୍କ ଠାରୁ ସୂଚନା ଦିଆ ଯାଇଛି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *