February 6, 2026
Home » ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ : ଡି.ଏ.ଭି. ପବ୍ଳିକ୍ ସ୍କୁଲ, ପାରାଦ୍ଵୀପ ପୋର୍ଟର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ : ଡି.ଏ.ଭି. ପବ୍ଳିକ୍ ସ୍କୁଲ, ପାରାଦ୍ଵୀପ ପୋର୍ଟର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

0
WhatsApp Image 2025-05-14 at 11.52.34 PM

ପାରାଦ୍ବୀପ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ୱାରା ପରିଚ଼ାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ତା-୧୩.୦୫.୨୦୨୫ ରିଖ ରେ ପ୍ରକାଶିତ ହୋଇଅଛି I ଡି.ଏ.ଭି. ପବ୍ଲିକ୍ ସ୍କୁଲ, ପାରାଦ୍ବୀପ ପୋର୍ଟ ର ଛାତ୍ରଛାତ୍ରୀ ମାନେ ପୂର୍ବବର୍ଷମାନଙ୍କ ପରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଏବଂ ଶତ ପ୍ରତିଶତ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି l ଦଶମ ଶ୍ରେଣୀର ୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୧ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୩୫ ଜଣ ଛାତ୍ରଛାତ୍ରୀ ୮୦% ରୁ ଅଧିକ ଓ ୪୫ଜଣ ଛାତ୍ରଛାତ୍ରୀ ୭୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ଆଦିଶ୍ରୀ ଦାସ ସର୍ବାଧିକ ୯୭.୬% ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଏସ.ଆର. ସଂକେତ ଦାସ ୯୭.୨% ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛି ଓ ଅଂଶୁମାନ ନନ୍ଦ ୯୩.୬% ରଖି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ଖ୍ୟାତି ବଢ଼ାଇଛନ୍ତି l ଗଣିତ ଓ ବିଜ୍ଞାନରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ଲେଖାଏଁ ରଖିଛନ୍ତି I ବିଦ୍ୟାଳୟର ଏହି ଉଲ୍ଲେଖନୀୟ ସଫଳତା ପ୍ରଦର୍ଶନ ନିମନ୍ତେ ଅଧ୍ୟକ୍ଷା ଶ୍ରୀମତୀ ବିନ୍ଦୁଶ୍ରୀ ମହାନ୍ତି ସନ୍ତୋଷ ପ୍ରକାଶ କରିବା ସହିତ କୃତି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l
ବିଦ୍ୟାଳୟର ଏହି ଉଲ୍ଲେଖନୀୟ ସଫଳତାରେ ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ. ସି. ଶତପଥୀ ଓ ଆଞ୍ଚଳିକ ଉପ ନିର୍ଦ୍ଦେଶିକା ଡ. ସୁଜାତା ସାହୁ ଶୁଭେଚ୍ଛା ଜଣାଇଛନ୍ତି I

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *