February 16, 2026
Home » ସିରିୟସ ଜୋନର ନାଟକ ମହୋତ୍ସବର ଶେଷ ସନ୍ଧ୍ୟାର ନାଟକ “ବିଦ୍ରୋହ ନିଜ ବିରୁଦ୍ଧରେ” ଦର୍ଶକଙ୍କ ମନକୁ ଛୁଇଁଲା ।

ସିରିୟସ ଜୋନର ନାଟକ ମହୋତ୍ସବର ଶେଷ ସନ୍ଧ୍ୟାର ନାଟକ “ବିଦ୍ରୋହ ନିଜ ବିରୁଦ୍ଧରେ” ଦର୍ଶକଙ୍କ ମନକୁ ଛୁଇଁଲା ।

0
1000939076
ନୟାଗଡ:  ନୟାଗଡ ତିନି ଦିନଧରି ଚାଲିଥିବା ସିରୀୟସ ଜୋନର ତୃତୀୟ ନାଟକ ମହୋତ୍ସବର ଶେଷ ଦିବସରେ, ଗଦାଧର ନନ୍ଦଙ୍କ ରଚିତ ଓ ସର୍ବତ୍ର ପରିଚିତ ନାଟ୍ୟ ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପୋଖତ କଳାକାରଙ୍କ ଅଭିନୟର ନାଟକ “ବିଦ୍ରୋହ ନିଜ ବିରୁଦ୍ଧରେ” ପଠାଣି ସାମନ୍ତ ସଂସ୍କୃତି ଭବନର ଭରପୁର ଦର୍ଶକଙ୍କୁ ମନକୁ ଛୁଇଁବା ସହିତ ବିମୋହିତ କରିଥିଲା । ଦର୍ଶକଙ୍କ ମନକୁ ଏପରି ଛୁଇଁଥିଲାଯେ ପ୍ରଦର୍ଶିତ ନାଟକକୁ ଭୂରି ଭୁରି ପ୍ରସଂଶା କରିବା ସହିତ, ସିରିୟସ ଜୋନ ଏହିଭଳି ଭଲ ଭଲ ନାଟକ ପ୍ରତିବର୍ଷ ପ୍ରଦର୍ଶିତ କରି ସମାଜକୁ ସଚେତନ କରନ୍ତୁ ବୋଲି ମତ ପ୍ରକାଶ ପାଇଥିଲା ।     ନାଟକକୁ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଜିଲ୍ଲାପାଳ ମଧୁମିତା ରଥ, ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ନାଟ୍ୟକାର ଗଦାଧର ନନ୍ଦ ଓ ଅନୁଷ୍ଠାନର ସଭାପତି କିଶାନ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ନିଜ ନିଜର ବକ୍ତବ୍ୟ ରଖିଥିଲେ, ନାଟକ ସମାଜକୁ ସବୁବେଳେ ଦିଗ୍ ଦର୍ଶନ ଦେଇଥାଏ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ଧନ୍ୟବାଦ ଦେଇଥିଲେ ଓଡ଼ିଶା ନାଟ୍ୟ ସଂଘ ନୟାଗଡ ଜିଲ୍ଲା ସଂଯୋଜକ କାମାକ୍ଷା ପ୍ରସାଦ ଦାଶ।
                         ଏହି ନାଟକରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ, ନାରୀ ଭୂମିକାରେ ମମତା ତ୍ରିପାଠୀ,ପୁରୁଷ ଭୂମିକାରେ ପବିତ୍ର ମହାନ୍ତି, ଜାମିନୀକାନ୍ତ ମିଶ୍ର, ପ୍ରଶାନ୍ତ କୁମାର ସାମନ୍ତରାୟ, ରାମକୃଷ୍ଣ ନାୟକ, ଗୋକୁଳ କୁମାର ଷଡ଼ଙ୍ଗୀ, ସୁଦର୍ଶନ ରାଉତ,ସୁନିଲ ନାୟକ ଓ ସନ୍ତୋଷ ରାଉଳ । ଆଜିର ନାଟକରେ ସଙ୍ଗୀତରେ ପ୍ରତାପ ରାଉତ,ଲାଇଟ ଓ ସାଉଣ୍ଡରେ ବିକାଶ କୁମାର ପ୍ରଧାନ ଓ ବିପି ସାଉଣ୍ଡ । ସିରିୟସ ଜୋନ ନାଟ୍ୟ ମହୋତ୍ସବରେ ତିନି ଦିନରେ ତିନୋଟି ନାଟକ “ବାଂଝ”, “ନିଜ ନିଜର ଆକାଶ” ଓ “ବିଦ୍ରୋହ ନିଜ ବିରୁଦ୍ଧରେ” ଭେଟି ଦେଇ ଦର୍ଶକ, ନାଟ୍ୟପ୍ରେମୀ ଓ ଶୁଭେଚ୍ଛୁଙ୍କ ପାଖରେ ସଫଳତା ସାଉଁଟିବାରେ ସଫଳ ହୋଇଥିବାରୁ, ଅନୁଷ୍ଠାନ ଆଗକୁ ନୂତନ ନାଟକ ଦର୍ଶକଙ୍କୁ ଭେଟି ଦେବାରେ ନିଶ୍ଚିତ ପ୍ରୋତ୍ସାହିତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *