February 10, 2026
Home » ସିରିୟସ ଜୋନ ନାଟକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା    

ସିରିୟସ ଜୋନ ନାଟକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା    

0
1000934210

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 32768; cct_value: 2788; AI_Scene: (-1, -1); aec_lux: 277.69348; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 40;

ନୟାଗଡ: ନୟାଗଡ ଜିଲ୍ଲା ତଥା ଓଡ଼ିଶାର ଆଗଧାଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସିରିୟସ ଜୋନ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନ ନୟାଗଡ ଠାରେ ଚାଲୁ ରହିଥିବା ତ୍ରୀଦିବସିୟ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାର ନାଟକ”ନିଜ ନିଜର ଆକାଶ” ବର୍ତ୍ତମାନର ସମାଜରେ ପୁଅ ଝିଅ ନିଜ ନିଜର ଇଚ୍ଛାରେ ବିବାହ ଓ ସ୍ଵଚ୍ଛାଚାରିତାର ନିଦର୍ଶନ, ଏହି ନାଟକରେ ଦେଖିବାକୁ ମିଳିଛି ଏବଂ କିପରି ଝିଅ ଓ ପୁଅ ପକ୍ଷର ପିତା ମାତାଙ୍କ ସ୍ୱାଭିମାନ ଓ ସମାଜକୁ ନଷ୍ଟ କରୁଛି ଏହି ନାଟକରେ ଦେଖିବାକୁ ମିଳିଥିଲା ।

ଏହି ନାଟକ ଦର୍ଶକଙ୍କ ହୃଦୟକୁ ଛୁଇଥିଲା ଓ ଏପରି ବିଭୋର କରି ଦେଇଥିଲାଯେ କେହିହେଲେ ଦର୍ଶକ ନାଟକ ଶେଷ ପର୍ଯ୍ୟନ୍ତ ଉଠିକି ଯାଇପାରିନଥିଲେ । ନାଟ୍ୟକାର କୈଳାଶ ଓଝାଙ୍କ ରଚିତ,ପ୍ରଶାନ୍ତ କୁମାର ସାମନ୍ତରାୟଙ୍କ ନିର୍ଦ୍ଦେଶନା ଓ ପବିତ୍ର ମହାନ୍ତିଙ୍କ ଅଭିକଳ୍ପ ଦର୍ଶକଙ୍କ ମନକୁ ଛୁଇଁଥିଲା ।ଆଜିର ନାଟକକୁ ଅତିଥି ନାଟ୍ୟଭୁଷଣ ଡ ବିଜୟ କୁମାର ଚୌଧୁରୀ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆରମ୍ଭ କରିଥିଲେ ଓ ତାଙ୍କ ସହିତ ଥିଲେ ଅନୁଷ୍ଠାନର ସଭାପତି କିଶାନ କୁମାର ଦାସ ।ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ସୁରେନ୍ଦ୍ର ପ୍ରଧାନ ।ସଂଯୋଜନା କରିଥିଲେ ଗୋପୀନାଥ ସେଠୀ ।ନାଟକ “ନିଜ ନିଜର ଆକାଶ” ଅଭିନେତା ଓ ଅଭି ନେତ୍ରୀମାନେ ହେଲେ ରାମକୃଷ୍ଣ,ଯାମିନୀ,ସୁଦର୍ଶନ,ଆକାଶ,ଶିବାନୀ,ଓ ସୋନାଲି ।ସଙ୍ଗୀତରେ ପ୍ରତାପ,ଲାଇଟ ଓ ସାଉଣ୍ଡରେ ବିକାଶ ଓ ବିପି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *