ସୁଦର୍ଶନ ସ୍ୟାଣ୍ଡ ଆର୍ଟ,

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ବାଲୁକାକଳାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ l ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଛାଡି ଚାଲି ଯାଆନ୍ତୁ ପିଠିରେ…ଏହି ସୁନ୍ଦର ଓ ହୃଦୟସ୍ପର୍ଶୀ ପଂକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲେଖନୀରୁ ଆସିଥିଲା। ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି କୋଟି କୋଟି ଓଡ଼ିଆ ଏହାକୁ ମନେ ରଖିଛନ୍ତି। ଓଡ଼ିଆଙ୍କ ମନରେ ଆଜି ଗୋପବନ୍ଧୁ ଜୀବିତ ଅଛନ୍ତି। ଆଜି ସେହି ମହାନ ପୁରୁଷଙ୍କ ଜନ୍ମ ଜୟନ୍ତୀ। ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ l ଏହି ବାଲୁକା କଳାରେ ପଣ୍ଡିତ ଗୋପବନ୍ଧୁ ଙ୍କ ସୁନ୍ଦର ପ୍ରତିମୂର୍ତ୍ତି ସହ tribute to utkalamani pandit gopabandhu dash birth anniversary ଲେଖାଯାଇଛି l
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ