ସୁନାମଧନ୍ୟ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୟାଗଡ଼ : ନୟାଗଡ଼ ଜିଲ୍ଲା କେନ୍ଦୁଢିପି ଶୁକ୍ର ବେହେରା ଡିଗ୍ରୀ କଲେଜର ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ସଞ୍ଜୟ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ଶତାଧିକ ଛାତ୍ର/ଛାତ୍ରୀ ଓ ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବୁଦ୍ଧିଜୀବି ତଥା ରଣପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସୁବାଷ ଚନ୍ଦ୍ର ରଥ, ଡଃ. ନିରୋଜ ମିଶ୍ର, ରଣପୁର କଲେଜର ଅଧ୍ୟକ୍ଷ ପ୍ରସାନ୍ତ କୁମାର ମିଶ୍ର, ଅଧ୍ୟାପକ ଭାଗ୍ୟଧର ସ୍ଵାଇଁ, ସହୀଦ ରଘୁବିବାକର କଲେଜର ଅଧ୍ୟକ୍ଷ ପବିତ୍ର ମୋହନ ସେଠି, ନୟାଗଡ କଲେଜର ଅଧ୍ୟାପକ ସଂଗ୍ରାମ କେଶରୀ ଜୟସିଂ ଓ ଅଧ୍ୟାପକ ପ୍ରଦୀପ କୁମାର ଆଚାର୍ଯ୍ୟ ,ଅଂଚଳ ବାସୀଙ୍କ ତରଫରୁ ପୂର୍ବତନ ସଭାପତି ସନାତନ ଦଳବେହେରା , ଅଭିମନ୍ୟୁ ବେହେରା, ପୂର୍ବତନ ସଭ୍ୟ ପାଣ୍ଡବ ସେଠୀ, ଶଙ୍କର୍ଷଣ ବିଶ୍ଵାଳ, ବିଶିଷ୍ଟ ଶିକ୍ଷାବିତ୍ ତଥା ପରିଚାଳନା ସଭ୍ୟ ଯୋଗେନ୍ଦ୍ର ନାଥ ସାହୁ ଉପସ୍ଥିତ ଥିଲେ ।ନିପଟ ମଫସଲ ଅଂଚଳରେ ଏହି କଲେଜ ନିର୍ମାଣ ଓ ନୟାଗଡ ଜିଲ୍ଲାରେ ଏକ ସ୍ବତନ୍ତ୍ର କଲେଜରେ ରୁପାନ୍ତରିତ କରିବାରେ ଶ୍ରୀଯୁକ୍ତ ମହାନ୍ତିଙ୍କର କାର୍ଯ୍ୟ କୁଶଳତାକୁ ଉପସ୍ଥିତ ବୁଦ୍ଧିଜୀବି ମାନେ ଭୂରି ଭୂରି ପ୍ରସଂଶା କରିଥିଲେ ।ଅବସର ନେବା ପୂର୍ବରୁ ଆମ କଲେଜର ଉନ୍ନତି ପାଇଁ ଯେପରି ନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲେ , ସେଇଭଳି ଭାବରେ ଆମ କଲେଜକୁ ସହଯୋଗର ହାତ ବଢ଼ାଇବା ପାଇଁ ବୁଦ୍ଧିଜୀବି ଶିକ୍ଷାବିତ୍ ମାନେ ବକ୍ତବ୍ୟରେ ଅନୁରୋଧ କରିଥିଲେ । ଅଧ୍ୟାପକ ଓ କର୍ମଚାରୀ ସଂଘର ସଭ୍ୟମାନେ ମଧ୍ୟ ଉପସ୍ଥିତ ରହି ଶ୍ରୀଯୁକ୍ତ ମହାନ୍ତିଙ୍କ କାର୍ଯ୍ୟ ଦକ୍ଷତାକୁ ସମର୍ଥନ କରିଥିଲେ । ଶ୍ରୀ ମହାନ୍ତି ତାଙ୍କର ବିଦାୟ କାଳୀନ ବକ୍ତବ୍ୟରେ ଅନୁଷ୍ଠାନ ନିର୍ମାଣ କ୍ଷେତ୍ରରେ ପ୍ରଥମରୁ ଆଜି ପଯ୍ୟନ୍ତ ଅଂଚଳବାସୀଙ୍କ ପୂର୍ଣ୍ଣ ସକ୍ରିୟ ସମର୍ଥନ, ସମସ୍ତ ପୂର୍ବତନ ପରିଚାଳନା ମଣ୍ଡଳୀର ଅକୁଣ୍ଠ ସାହାଯ୍ୟ ଓ ପ୍ରୋତ୍ସାହନ ସମସ୍ତ ଶିକ୍ଷକ, କର୍ମଚାରୀମାନଙ୍କ ସହଯୋଗ କର୍ମତତ୍ପରତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ସହ ଛାତ୍ର/ଛାତ୍ରୀମାନଙ୍କ ଭଲ ପାଇବା କେବେ ଭୁଲି ପାରିବି ନାହିଁ ବୋଲି କହିଥିଲେ ।ଭବିଷ୍ୟତରେ କଲେଜର ଉନ୍ନତି ପାଇଁ ପୂର୍ବବତ୍ ସମାନ କାଯ୍ୟଧାରା ଜାରି ରଖିବା ପାଇଁ ବଚନ ଦେବା ସହ ନିଜର ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ କଲେଜ ପାଇଁ ସମର୍ପିତ ରହିବା ପାଇଁ ଦୃଢ ପତିଜ୍ଞା କରିଥିଲେ । ଶେଷରେ ଅଂଚଳବାସୀଙ୍କ ଓ ଛାତ୍ରଛାତ୍ରୀଙ୍କ ତରଫରୁ, ସମଗ୍ର ଓଡିଶା ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ, ରଣପୁର ନୟାଗଡ ଓ ଗଡବାଣିକେଲୋ କେଲେଜ ପକ୍ଷରୁ ଶ୍ରୀଯୁକ୍ତ ମହାନ୍ତିଙ୍କୁ ମାନପତ୍ର ଓ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦନା କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
