ସୁନାମଧନ୍ୟ ମୁହୁରି ବାଦକ ବଟ ସୁନା ଙ୍କ ପରଲୋକ
ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ର ରାଇପାଲି ଗ୍ରାମର ବିଶିଷ୍ଠ ମୁହୁରି ବାଦକ ବଟ ସୁନା ଙ୍କ 85 ବର୍ଷ ବୟସ ରେ ପରଲୋକ ହେଇଯାଇଛି l ସେ ନିଶାନ କଳା ସଂସଦ ର ବରିଷ୍ଠ କଳାକାର ଥିଲେ l ସୁବର୍ଣ୍ଣପୁର ଜିଲ୍ଲା ତଥା ରାଜ୍ୟ ସ୍ତରରେ ଶତାଧିକ କାର୍ଯ୍ୟକ୍ରମ କରିଛନ୍ତି l ଜାନୁୟାରୀ ମାସରେ ପଏଁରୀ ଅନୁଷ୍ଠାନ ତରଫରୁ ତାଙ୍କୁ ପଏଁରୀ ଲୋକକଳା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ବିବାହ କାର୍ଯ୍ୟକ୍ରମ ରେ ସୁନ୍ଦର ମୁହୁରୀ ବାଦନ କରି ପ୍ରଶଂସିତ ହେଇଛନ୍ତି l ସେ ବହୁତ ଶିଷ୍ୟ ମାନଂକୁ ମୁହୁରୀ ଶିକ୍ଷାଦାନ ଦେଇଛନ୍ତି l ଗ୍ରାମର ଶ୍ମଶାନ ରେ ତାଙ୍କର ବଡ ପୁଅ ଚନ୍ଦ୍ର ସୁନା ମୁଖାଗ୍ନି ଦେଇଥିଲେ l ପୁଅ ବିଶ୍ଵାମିତ୍ର ବୋହୁ -ଯଶୋଦା, ହେମକାନ୍ତି, ସୁମିତ୍ରା ନାତୁଣୀ-ପୁଷ୍ପା, କରିନା, ମଞ୍ଜୁଳା ଉପସ୍ଥିତ ଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
