July 2, 2025
Home » ସୁନା ଦୋକାନ ଉଦ୍‌ଘାଟନ ଆଳରେ ରାସ୍ତା ଅବରୋଧ ଓ ଦୁର୍ବବ୍ୟହାର ଅଭିଯୋଗ

ସୁନା ଦୋକାନ ଉଦ୍‌ଘାଟନ ଆଳରେ ରାସ୍ତା ଅବରୋଧ ଓ ଦୁର୍ବବ୍ୟହାର ଅଭିଯୋଗ

0
WhatsApp Image 2025-05-02 at 4.15.04 PM

ଟିଟିଲାଗଡ: ଗତକାଲି ଟିଟିଲାଗଡ ସହରର ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ସୁନାଦୋକାନ ଉଦ୍‌ଘାଟନର କାର୍ଯ୍ୟକ୍ରମ ଥିଲା। ତେବେ ସେହି ସୁନା ଦୋକାନ ସମ୍ମୁଖ ମୁଖ୍ୟ ରାସ୍ତା ହୋଇଥିବାରୁ ସର୍ବସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୋକାନ ସମ୍ମୁଖ ରାସ୍ତାରେ ଟେଣ୍ଡ ସହ ଚେୟାର ଗୁଡିକୁ ପକାଯାଇଥିଲା। ଫଳରେ ଏହି ରାସ୍ତାରେ ଗାଡି, ମଟର ବାଇକ୍ ଓ ଯାନବାହାନ ସମେତ ସାଧାରଣ ଲୋକ ବି ଯିବା ଆସିବା କରିପାରିନଥିଲେ। ଏପରିକି ନିକଟରେ ଏକ ବିବାହ ପରି ସାମାଜିକ କାର୍ଯ୍ୟ ହେଉଥିବାରୁ ସେଠାକୁ ନିମନ୍ତ୍ରିତ ଅତିଥି ଓ ସେମାନଙ୍କ ବନ୍ଧୁବାନ୍ଧବମାନେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ସମୟ ଧରି ଏଭଳି ଅବ୍ୟବସ୍ଥା ଲାଗିରହିବା ଫଳରେ ସାମ୍ବାଦିକ ସନ୍ତୋଷ କୁମାର କେଜରିୱାଲ ସଂପୃକ୍ତ ସୁନାଦୋକାନୀଙ୍କୁ ସମ୍ପୂର୍ଣ୍ଣ ରାସ୍ତା ପରିବର୍ତ୍ତେ ମଝି ସ୍ଥାନ ଛାଡି ଦେବାକୁ ଅନୁରୋଧ କରିଥିଲେ । ମାତ୍ର ସ୍ଥାନୀୟ କୁମ୍ବିପଡା -ହାଟପଦାପଡା ର ବାସିନ୍ଦା ତଥା ସୁନାଦୋକାନୀ ଶମ୍ଭୁ ସାହୁ କେଜରିୱାଲଙ୍କୁ ସର୍ବସାଧାରଣରେ ଗାଳିଗୁଲଜ ଓ ଆକ୍ରମଣ କରିବାକୁ ପଛାଇ ନଥିଲେ। ଟିଟିଲାଗଡ ପରି ଏକ ବ୍ୟସ୍ତବହୁଳ ସହରରେ ସର୍ବଦା ଭିଡ ପରିଲକ୍ଷିତ ହୋଇଥାଏ। ଯାହାଦ୍ୱାରା କି ସାଧାରଣ ଲୋକେ ଗମନାଗମନ ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସର୍ବସାଧାରଣ ରାସ୍ତାକୁ ଏହି ବ୍ୟବସାୟୀ ଜଣଙ୍କ ସମ୍ପୂର୍ଣ୍ଣ ଅବରୋଧ କରିବା କେତେ ଯୁକ୍ତିଯୁକ୍ତ..? ଏ ନେଇ ଶ୍ରୀ କେଜରିୱାଲ ଟିଟିଲାଗଡ ଥାନାରେ ଏତଲା ଦାୟର କରିଛନ୍ତି। ପୋଲିସ ଟାଳଟୁଳନୀତି ଅବଲମ୍ବନ ନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। କାରଣ ଜଣେ ଦୋକାନୀ ନିଜର ସ୍ୱାର୍ଥ ପାଇଁ କିଭଳି ସହରର ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ଜନସାଧାରଣଙ୍କୁ ଅସୁବିଧା ପକାଇବାକୁ ସାହାସ କଲେ ସେ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ପୋଲିସ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ନଚେତ୍ ସହରରେ ଟ୍ରାଫିକ୍ ବ୍ୟବସ୍ଥା ଭାଙ୍ଗିବାକୁ ଅନେକ ପ୍ରୋତ୍ସାହିତ ହେବେ ବୋଲି କୁହାଯାଉଛି।

ଟିଟିଲାଗଡ ଇପିଏ ରୁ ସନ୍ତୋଷ କେଜରିୱାଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *