ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଦୁର୍ବ୍ୟବହାର, ଫୁଲବାଣୀ ରେ ମିଳିତ ମଞ୍ଚର ବିଶାଳ ପ୍ରତିବାଦ ଶୋଭାଯାତ୍ରା

। ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚ ସଂଗଠନ ପକ୍ଷରୁ ସ୍ଥାନୀୟ ସାରକିଟ ହାଉସ ଛକ ଠାରୁ ମିଳିତ ମଞ୍ଚର ବିଶାଳ ପ୍ରତିବାଦ ଶୋଭାଯାତ୍ରା ରେ ବିଭିନ୍ନ ପ୍ରକାର ପ୍ରତିବାଦ ଫାଲ୍ଲାଗକାଡ ଧରି ସୁପ୍ରିମକୋର୍ଟର ପ୍ରଧାନ ହେଲେ ବିଚାରପତି ଙ୍କୁ ଦୁର୍ବ୍ୟବହାର ହୋଇଥିବା ଘଟଣାର ମିଳିତ ମଞ୍ଚର ଡ଼ାକବାଜି ଯନ୍ତ୍ର ରେ କମ୍ପିଲା ସୋଲଗାନ ଉପରେ ସୋଲଗାନ ହେଲେ ଏହି ଭଳି ପ୍ରତିବାଦ ଶୋଭାଯାତ୍ରା ଦେଖିବା ବହୁତ ବିରଳ ।
ଧର୍ମ ଓ ଜାତିକୁ ନେଇ ରାଜନୀତି ବନ୍ଦ କର ଦଳିତ ଉପରେ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ବନ୍ଦ କର ବୋଲି ସ୍କୋଲଗାନ ଦେଇଥିଲେ।ଏଥି ପୂର୍ବରୁ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମିଳିତ ମଞ୍ଚର ସଭାପତି ସମିର ଘଟାଲ ପନ୍ଦର ତାରିଖରେ ପ୍ରସ୍ତାବିତ ରାଲି ଓ ଜିଲ୍ଲାପାଳ ଙ୍କ ଜରିଆରେ ସ୍କାରକ ପତ୍ର ପ୍ରଦାନ ସମ୍ପର୍କ ରେ ସୂଚନା ଦେଇଥିଲେ। ମାନ୍ୟବର ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତିଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ପ୍ରତିବାଦରେ କନ୍ଧମାଳ ମିଳିତ ମଞ୍ଚ ସଂଗଠନ ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା ରେ ବିଭିନ୍ନ ପ୍ରକାର ପ୍ରତିବାଦ କରିବାସହ ଦୁଇ ଧାଡ଼ିର ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ।ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ସ୍କାରକ ପତ୍ର ପ୍ରଦାନ କରାଯାଇଥିଲା ଏହି ଅବସରରେ ମିଳିତ ମଞ୍ଚର ସଭାପତି ଶ୍ରୀ ସମିର ଘଟାଲ, ସମ୍ପାଦକ ଶ୍ରୀ ସତ୍ୟନାରାୟଣ ବେହେରା (ଓକିଲ) , ନିଖିଳ ଉତ୍କଳ କୁଇ ସମାଜର ପୂର୍ବତନ ସମ୍ପାଦକ ଶ୍ରୀ ପ୍ରଦୀପ କହଁର (ଓକିଲ), ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀ ଘନ ଶବର, କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଚନ୍ଦ୍ରଶେଖର ପରିଡ଼ା, ପୂର୍ବତନ ଜିଲ୍ଲା ଏସ. ସି ହେଲେ ସଭାପତି ଶ୍ରୀ ଅନାମ ନାୟକ, ଜଳନ୍ଧର ଦିଗାଲ,ମିଲନ କହଁର,ଅନୁପମ କହଁର, ଜିତେନ୍ଦ୍ର କହଁର,ତ୍ରୀନାଥ ମାଝୀ, ମହେନ୍ଦ୍ର ଦିଗାଲ, ବିରେନ୍ଦ୍ର କହଁର,ସ୍ଵାଭାଗ୍ୟ ମିଳିତ ମଞ୍ଚ ର ପ୍ରତିବାଦ ଶୋଭାଯାତ୍ରା ରେ ଯାଇ ସିଧାସଳଖ ଭାବରେ ବିକ୍ଷୋଭ ପ୍ରଦର୍ଶନ ପରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କ ଜରିଆରେ ସ୍କାରକ ପତ୍ର ପ୍ରଦାନ କରାଯାଇଛି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ