March 12, 2025
Home » ସୁବର୍ଣପୁରରେ ପରିବାର ଓଡିଶା ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣପୁରରେ ପରିବାର ଓଡିଶା ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ସୁବର୍ଣ୍ଣପୁର —- ସେଚ୍ଛାସେବୀ ଅନୁଷ୍ଠାନ ପରିବାର ଓଡିଶା, ଜିଲ୍ଲା ଭିନ୍ନକ୍ଷମ ଓ ଅଭିଭାବକ ସଂଘ, ସୁବର୍ଣ୍ଣପୁର ଏବଂ ଭିନ୍ନକ୍ଷମଙ୍କ କାର୍ଯ୍ୟରତ ସେଚ୍ଛାସେବୀ ଅନୁଷ୍ଠାନ ରେଆର ଆନୁକୂଲ୍ୟରେ ବୌଦ୍ଧିକ ଓ ବିକାଶ ବାତ ଭିନ୍ନକ୍ଷମ ଙ୍କ ପାଇଁ କାମ କରୁଥିବା ଅନୁଷ୍ଠାନ, ସଂଗଠନ ଏବଂ ଅଭିଭାବକ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସହ ପରିବାର ଓଡିଶା ର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଚେତନତା କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମଟି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମଗ୍ରିକ ବିକାଶ ଦିଗରେ କାମ କରିବା ତଥା ସେମାନଙ୍କ ଅଧିକାର ର ସୁରକ୍ଷା କୁ ସୁନିଶ୍ଚିତ କରିବା କୁ ହେଲେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଆଇନ୍ ଓ ଯୋଜନା କୁ ସଠିକ୍ ଭାବରେ ଜାଣିବାକୁ ହେବ ବୋଲି ପ୍ରକାଶ କରିଥିଲେ । ଏହା ସହ ବୌଦ୍ଧିକ ଓ ବିକାଶ ବାସ୍ତୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଯତ୍ନ ଓ ସେବା ପାଇଁ ସବୁବେଳେ ଆଗଭର ହେବା ପାଇଁ ମତପ୍ରକାଶ କରିଥିଲେ । ପରିବାର ଓଡିଶାର ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଭିନ୍ନକ୍ଷମଙ୍କ ଉପଯୁକ୍ତ ଥଇଥାନ ପାଇଁ ଅଭିବାକଙ୍କ ଭୂମିକା ଓ ସରକାର ଙ୍କ ଦାୟିତ୍ଵ ସମାନଭାବେ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିଥିବା ବେଳେ ଜିଲ୍ଲା ଭିନ୍ନକ୍ଷମ ଓ ଅଭିଭାବକ ସଂଘର ସଭାପତି ସୌଦାଗର ପାତ୍ର ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମଟି ଭିନ୍ନକ୍ଷମଙ୍କ ବିକାଶ ଓ ଥଇଥାନ କୁ ସୁନିଶ୍ଚିତ କରିବ ବୋଲି ମତ ଦେଇଥିଲେ । ପରିବାର ଓଡିଶା ର ସଭାପତି ଗୌରୀଶ୍ୟାମ ପଣ୍ଡା ସମସ୍ତ ଅଭିଭାବକ ମାନେ ଆଗେଇ ଆସି ବୌଦ୍ଧିକ ଓ ବିକାଶ ଭିନ୍ନକ୍ଷମ ମାନଙ୍କ ଗୋଷ୍ଠୀ ଭିତ୍ତିକ ଥଇଥାନ ପାଇଁ କାର୍ଯ୍ୟ କରିବା ପାଇଁ ମତ ଦେଇଥିଲେ । ବୈଷୟିକ ପର୍ଯ୍ୟାୟରେ ସାଧନା ବାରିପଦା ର ନିର୍ଦ୍ଦେଶକ ରଞ୍ଜିତ ମହାପାତ୍ର ଯୋଗଦେଇ ଭିନ୍ନକ୍ଷମ ଙ୍କ ଅଧିକାର ଅଧିନୀୟମ ୨୦୧୬ ତଥା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଯୋଜନା ଓ ପ୍ରାପ୍ୟ ସମ୍ପର୍କରେ ଉପସ୍ଥାପନ କରିଥିବା ବେଳେ ଏକ୍‌ତା କୋରାପୁଟ୍ ର ଭୌତିକ ଚିକିତ୍ସକ ନିରାକାର ଦେବଦାସ ରାଷ୍ଟ୍ରୀୟ ନ୍ୟାସ ଆଇନ୍ ଓ ତତ୍ ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନl କରିଥିଲେ । ରେଆର ର ସାଧାରଣ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନଙ୍ଗ ନେଗି ରାଷ୍ଟ୍ରୀୟ ନ୍ୟାସ ଅଧୀନସ୍ଥ ଲୋକାଲ ଲେଭେଲ୍ କମିଟି ର ଗଠନ, କାର୍ଯ୍ୟାନ୍ଵୟନ ତଥା ବୈଠକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିବା ସହ ନିରାମୟ ସ୍ୱାସ୍ଥ୍ୟ ଵୀମା ଯୋଜନା ସମ୍ପର୍କରେ ବିଷଦ୍ ଉପସ୍ଥାପନ କରିଥିଲେ । ପରିବାର ଓଡିଶା ର ସାଧାରଣ ସମ୍ପାଦକ କାର୍ତିକ ଚନ୍ଦ୍ର ପାଣ୍ଡବ ଗ୍ରାମାଂଚଳରେ ବୌଦ୍ଧିକ ଓ ବିକାଶ ବାତ ଭିନ୍ନକ୍ଷମଙ୍କ ଥଇଥାନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିବା ବେଳେ ବୈଷୟିକ ପର୍ଯ୍ୟାୟକୁ ପଂଚାନନ ପାତ୍ର, ଆଶିର୍ବାଦ ସାମଲ, କାର୍ତିକ ପାଣ୍ଡବ, ମନୋଜ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ଶେଷ ପର୍ଯ୍ୟାୟରେ ପରିବାର ଓଡିଶାର ସକ୍ରିୟ କାର୍ଯ୍ୟକ୍ରମ ପାଇଁ ନୂତନ ଅଭିଭାବକ ସଂଘ ଗଠନ କରିବା, ମିଶନ କ୍ଷମତା ଅଧିନରେ ଭିନ୍ନକ୍ଷମ ସ୍ଵଂୟ ସହାୟକ ଗୋଷ୍ଠି କୁ ଆର୍ଥିକ ସହଯୋଗ ଦେବା, ଜିଲ୍ଲା ଭିନ୍ନକ୍ଷମ କମିଟୀ, ଲୋକାଲ ଲେଭେଲ କମିଟୀ ର ନିୟମିତ ବୈଠକ ହେବା ସମ୍ପର୍କରେ ମତାମତ ଦେଇଥିଲେ । କାର୍ଯକ୍ରମ ରେ ୧୮ ଟି ଜିଲ୍ଲାରୁ ଅଭିଭାବକ ସଂଘ ର କର୍ମକର୍ତ୍ତା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ କାମ କରୁଥିବା ସେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଭାଗନେଇ ସେମାନଙ୍କ ମତାମତ ଦେଇଥିଲେ । କାର୍ଯ୍ୟକ୍ରମରେ ସୋନାଲିକା ସୁନା, ବିଶାଦିନି ସରଭଙ୍ଗ, ଅମ୍ରିତେଶ ପଣ୍ଡା, କୁଲୁ ଦନ୍ତା, ଧନୁର୍ଦ୍ଧର ନାଏକ ଓ ମନୋଜ ସାଇଁ ସହଯୋଗ କରିଥିବା ବେଳେ ସଦସ୍ୟା ହରିପ୍ରିୟା ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *