ସୁବର୍ଣ୍ଣପୁରୀ ଦିନ ଧୁମଧାମରେ ପାଳିତ l
ସୁବର୍ଣ୍ଣପୁର — ଅପ୍ରେଲ ପହିଲା ହେଉଛି ଓଡିଶା ଦିବସ ଗଠନ ସହ ସୁବର୍ଣ୍ଣପୁର ଜିଲ୍ଲା ଗଠନ ଦିବସ I ଏହି ଉପଲକ୍ଷେ ସୁବର୍ଣ୍ଣପୁରର 30ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସହରର ବିଜୁ ପଟ୍ଟନାୟକ ଛକରେ ବହୁ ଆକାଂକ୍ଷିତ ସୁବର୍ଣ୍ଣପୁରୀ ଦିନ ଧୁମଧାମରେ ପାଳିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବକ୍ତାମାନେ ସୁବର୍ଣ୍ଣପୁର ଜିଲ୍ଲାର ଗୌରବଶାଳୀ ଅତୀତ ସଂପର୍କରେ ଆଲୋକପାତ କରିବା ସହ ବର୍ତ୍ତମାନ କିପରି ଘୋର ଅବହେଳାର ଶିକାର ହୋଇଛି ସେ ସଂପର୍କରେ ବିଶଦ ଭାବେ ଆଲୋଚନା କରି ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଥିଲେ I ସୁବର୍ଣ୍ଣପୁର ଜିଲ୍ଲାର କ୍ଷୀପ୍ର ପ୍ରଗତି ସକାଶେ ଖଇରମାଲ ପ୍ରୋଜେକ୍ଟ ଓ ସମ୍ବଲପୁର ସୁବର୍ଣ୍ଣପୁର ରେଳ ପ୍ରକଳ୍ପ ପରି ଯୋଜନା ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସର୍ବସମ୍ମତ ଦାବି ଉପସ୍ଥାପିତ କରିଥିଲେ I ଏହି ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସୁବର୍ଣ୍ଣପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିଦ ବ୍ରଜ ମୋହନ ଦାନୀ, କବି ଆର୍ତ୍ତତ୍ରାଣ ବାବୁ, ନାଟ୍ୟଶ୍ରୀ ଗଦାଧର ବାରିକ, ପଏଁରୀ ସଂପାଦକ ଚୌଧୁରୀ ବିଭାର, ନାଟ୍ୟକାର ମନୋଜ ବାରିକ , କଳାକାର ଅବିନାଶ ହୋତା (ବାଦଲ) , ଯୁବନେତା ନିରଂଜନ ତ୍ରିପାଠୀ, କୃଷକ ନେତା ପ୍ରତାପ ଦେହୁରୀ, ପୂର୍ବତନ ପୌରପାଳ ପ୍ରକାଶ ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଂଜନ ପଟ୍ଟନାୟକ, ସଚେତନ ନାଗରୀକ ସଂଘ ସଭାପତି ସୀତାଶୁଂ ଶେଖର ମିଶ୍ର , ପ୍ରାଧ୍ୟାପକ ଅନନ୍ତ ନାରାୟଣ ଦାଶ, ଡ. ସୌରଭ ରଂଜନ ଖମାରୀ, ଗୁଣନିଧି ମେହେର, କବି ଶ୍ରୀଧର ବାଘ, ପ୍ରାଧ୍ୟାପିକା ମୀନା ମହାରଣା,ଶିକ୍ଷାବିଦ୍ ଇନ୍ଦୁମତୀ ପୁରୋହିତ, ଅଧ୍ୟାପକ ପ୍ରହଲ୍ଲାଦ ମିଶ୍ର, ପଦ୍ମଲୋଚନ ସାହୁ, ଶ୍ରଦ୍ଧା ମହାପାତ୍ର, ଆରତୀ ଖମାରୀ, ପଙ୍କଜ କୁମାର ମେହେର, ସୁନନ୍ଦା ସାହୁ, କଳ୍ପନା ମେହେର, କଲ୍ୟାଣୀ ମିଶ୍ର, ପ୍ରତୀମା ସାହୁ, ସୁରଭି ବିଶି, ଜୟନ୍ତୀ ସା, ପୁଷ୍ପା ମେହେର, ଗୀତା ବହିଦାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ସଭା ଶେଷରେ ଯୁବନତ୍ରୀ ଶ୍ରଦ୍ଧାଂଜଳି ମିଶ୍ର ଧନ୍ୟବାଦ ଦେଇଥିଲେ I ସୁବର୍ଣ୍ଣପୁରୀ / ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ସହ ଉପସ୍ଥିତ ଜନତା ସମ୍ବଲପୁରୀ ଗୀତ ତାଳେ ତାଳେ ନୃତ୍ୟ ସଂଙ୍ଗୀତ ପରିବେଷଣ କରିଥିଲେ I ଯୋଗ ଦେଇଥିବା ବିଭିନ୍ନ ଅନୁଷ୍ଠାନର ସଭ୍ୟ / ସଭ୍ୟା ତଥା ସାଧାରଣ ଜନତା ନୃତ୍ୟଗୀତ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ I ଶେଷରେ ସାଧାରଣ ଜନତା ମଧ୍ୟରେ ଏହି ଉପଲକ୍ଷେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା I
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
