July 4, 2025
Home » ସୁବର୍ଣ୍ଣପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ସୁବର୍ଣ୍ଣପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

0
WhatsApp Image 2025-03-29 at 11.02.19 AM

ସୁବର୍ଣ୍ଣପୁର —-ସୁବର୍ଣ୍ଣପୁର ଏକଦା ସମଗ୍ର ଭାରତ ବର୍ଷର ସାଂସ୍କୃତିକ ନାଭିକେନ୍ଦ୍ର ଥିଲା I ଏହାର ପ୍ରମାଣ ପ୍ରତ୍ନତାତ୍ତ୍ବିକ ଭୂଖନନ ଓ ବିଭିନ୍ନ ଶୀଳାଲେଖରୁ ମିଳେ I ସେତେବେଳେ ମହାନଦୀ କୂଳେ କୂଳେ ଯେଉଁ ମାନବୀୟ ସଭ୍ୟତା ପ୍ରତିଷ୍ଠା ଲାଭ କରିଥିଲା ତାହାକୁ ମହାନଦୀ ସଭ୍ୟତା ବା ସୁବର୍ଣ୍ଣପୁରୀ ସଭ୍ୟତା କୁହାଯାଉଥିଲା I କାଳର କରାଳ ଗତିରେ ସେଭଳି ଏକ ଉଚ୍ଚ ମାନବୀୟ ସଭ୍ୟତା ପରବର୍ତ୍ତୀ କାଳରେ ଦୁର୍ଗତିର ସମ୍ମୁଖୀନ ହେଲା I ଦୀର୍ଘ କାଳ ଘୋର ଅବହେଳା ଦେଇ ଗତି କଲାପରେ ସୁବର୍ଣ୍ଣପୁର ଜିଲ୍ଲା ଗଠନ ପରେ ଏହାର ପୁନରୁଦ୍ଧାର ହେବାକୁ ଯାଉଛି I ସୁବର୍ଣ୍ଣପୁରରୁ ସୋନପୁର ଓ ସୋନପୁରରୁ ଶୂନ୍ୟପୁର ହେବାକୁ ଯାଉଥିଲା ବେଳେ ଏହା ଏବେ ସୋନପୁରରୁ ସୁବର୍ଣ୍ଣପୁର ଆଡକୁ ମୁହାଁଇବାରେ ଲାଗିଛି I ଉକ୍ତ ସମୃଦ୍ଧିର ଗତିକୁ କ୍ଷୀପ୍ରତର କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ସହରର 30ଟି ସ୍ବେଚ୍ଛାସେବୀ ସଂଗଠନ ଏପ୍ରିଲ ପହିଲା ଜିଲ୍ଲା ଗଠନ ଦିବସକୁ ସୁବର୍ଣ୍ଣପୁରୀ ଦିନ୍ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି Iଏହା ଏପ୍ରିଲ ପହିଲା ଦିନ ସକାଳ 9 ଘଣ୍ଟା ରୁ 10 ଘଣ୍ଟା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଛକରେ ପାଳିତ ହେବ I ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଗତକାଲି ସଂଧ୍ୟାରେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇଥିଲା I ଏଥିରେ ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷାବିଦ୍ ବ୍ରଜ ମହୋନ ଦାନୀ, ନାଟ୍ୟ ଚକ୍ରର ସଭାପତି ମନୋଜ ବାରିକ, ନାଟର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ, ଗୋପାଳଜୀ ଯୋଗାଳୟ ଓ ବରିଷ୍ଠ ନାଗରିକ ସଂଘ ତରଫରୁ କବି ଆର୍ତ୍ତତ୍ରାଣ ବାବୁ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ଅଧ୍ୟକ୍ଷା ମୀନା ମହାରଣା, ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଭାନେତ୍ରୀ ଶ୍ରଦ୍ଧାଂଜଳୀ ମିଶ୍ର, ସଚେତନ ନାଗରିକ ସଂଘ ସଭାପତି ସୀତାଂଶୁ ଶେଖର ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ I ସମଗ୍ର ଜିଲ୍ଲାବାସୀଙ୍କୁ ନିଜ ନିଜ ସ୍ତରରେ ଏହା ପାଳନ ସକାଶେ ଏବଂ ସୁବର୍ଣ୍ଣପୁରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଆସିବା ପାଇଁ କମିଟୀ ତରଫରୁ ନିବେଦନ କରାଯାଇଛି I

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *