November 12, 2025
Home » ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଚାନକ ବସଷ୍ଟାଣ୍ଡ ପରିଦର୍ଶନ: ନୂତନ ବସଷ୍ଟାଣ୍ଡ ନିର୍ମାଣ ଆଶା ଉଜ୍ଜୀବିତ l

ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଚାନକ ବସଷ୍ଟାଣ୍ଡ ପରିଦର୍ଶନ: ନୂତନ ବସଷ୍ଟାଣ୍ଡ ନିର୍ମାଣ ଆଶା ଉଜ୍ଜୀବିତ l

0
WhatsApp Image 2025-08-04 at 12.19.02 PM

ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଜିଲ୍ଲା ର ଉନ୍ନୟନ ସଂପର୍କିତ କିଛି ପଦକ୍ଷେପ ଗ୍ରହଣ ପାଇଁ ଦୃଷ୍ଟି ଆକର୍ଷଣ ସହ ସ୍ଥାନୀୟ ବସଷ୍ଟାଣ୍ଡ ର ଦୁରାବସ୍ଥା ସଂପର୍କରେ କହି ଯାତ୍ରୀ ବିଶ୍ରାମାଗାର ନଥିବା ହେତୁ ଯାତ୍ରୀ ଭୋଗୁଥିବା ଅକଥନୀୟ ଦୁର୍ଦ୍ଦଶା ସଂପର୍କରେ ସୂଚନା ଦେବାପରେ ହଠାତ୍ ଆଜି ସକାଳୁ ହିଁ ଜିଲ୍ଲାପାଳ ଡ଼.ନୃପରାଜ ସାହୁ ସ୍ଥାନୀୟ ବସଷ୍ଟାଣ୍ଡ କୁ ଅଚାନକ ପରିଦର୍ଶନ ରେ ଆସି ଉପସ୍ଥିତ ଯାତ୍ରୀ, ବୁଦ୍ଧିଜୀବୀ, ଓଟୋ, ବସ ମାଲିକ, ସାମ୍ୱାଦିକ , ପୌର ପରିଷଦ ଅଧିକାରୀ, ଯନ୍ତ୍ରୀ ଓ ପ୍ରାକ୍ତନ ପୌର ଅଧ୍ୟକ୍ଷ ଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ l ବସ ଷ୍ଟାଣ୍ଡ ରେ ଖାଲ ଖମା କୁ ମରାମତି କରିବା ସହ ତୁରନ୍ତ ଏକ ଅସ୍ଥାୟୀ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରି ବାକୁ ପୌର ପରିଷଦ ଅଧିକାରୀ ଓ ବିଭିନ୍ନ ଅଧିକାରୀ ଙ୍କୁ ସ୍ପଟ୍ ରୁ ନିର୍ଦ୍ଦେଶ ଦେଇଥିଲେ l ନିକଟସ୍ଥ ଶୌଚାଳୟ କୁ ପରିଦର୍ଶନ କରି ଏହାର ସଫା ସୁତରା ଦେଖି ପରିଚାଳକ ଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ l ନୂଆଁ ବସଷ୍ଟାଣ୍ଡ ର ଟେଣ୍ଡର ପ୍ରକ୍ରିୟା ବିଷୟ ରେ ଏଠାରେ ଲୋକ ଙ୍କ ସମ୍ମୁଖରେ ଅଧିକାରୀ ଙ୍କୁ ବୁଝିଥିଲେ ଜିଲ୍ଲାପାଳ ଓ ଏହାର ପ୍ରକ୍ରିୟା ସରି ଯାଇଥିବା ଓ ଶୀଘ୍ର କାମ ଆରମ୍ଭ ହେବାକୁ ଥିବା ବିଷୟ ଜିଲ୍ଲାପାଳ ଙ୍କୁ ସୁଚନା ଦେଇଥିଲେ ଅଧିକାରୀ l ପରେ ପରେ ବିଜୁ ପଟ୍ଟନାୟକ ମହିଳା କଲେଜ କୁ ପହଞ୍ଚି ଛାତ୍ରୀ ଓ ଅଧ୍ୟାପକ ଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇ ଥିଲେ ଓ ନିର୍ମାଣାଧିନ ନୂଆଁ କଲେଜ ର କାର୍ଯ୍ଯ କିଭଳି ଶୀଘ୍ର ସମ୍ପୂର୍ଣ୍ଣ ହେବ ଓ ସେଠାରେ ଥିବା କଲେଜ କୁ ରାସ୍ତା ସମସ୍ୟା ଉପରେ କଲେଜ କର୍ତୃପକ୍ଷ ଓ ଛାତ୍ରୀ ମାନେ ଅବଗତ କରାଇଥିଲେ l ଜିଲ୍ଲାପାଳ ଙ୍କ ଆଜିର ଏ ଗସ୍ତ କୁ କଲେଜ୍ ଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ବସ ଷ୍ଟାଣ୍ଡ ର ବସଯାତ୍ରୀ ଓ ବୁଦ୍ଧିଜୀବୀ ଖୁବ୍ ପ୍ରଶଂସା କରିଥିଲେ l ଦୀର୍ଘ ବର୍ଷ ର ନୂଆଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବାକୁ ଥିବା ବିଷୟ ଶୁଣି ସାଧାରଣ ଲୋକ ଙ୍କ ମଧ୍ୟରେ ଆଶା ଉଜ୍ଜୀବିତ ହୋଇଥିବା ଜଣା ଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *