October 23, 2025
Home » ସୁବର୍ଣ୍ଣପୁର ଜିଲ୍ଲାର ସ୍ୱଳ୍ପ ସଞ୍ଚୟ ସଂଗଠନ ପକ୍ଷରୁ ଆର୍ଥିକ ସ୍ୱାକ୍ଷରତା ଓ ଅନ୍ତର୍ଭୁକ୍ତି କରଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲାର ସ୍ୱଳ୍ପ ସଞ୍ଚୟ ସଂଗଠନ ପକ୍ଷରୁ ଆର୍ଥିକ ସ୍ୱାକ୍ଷରତା ଓ ଅନ୍ତର୍ଭୁକ୍ତି କରଣ ଶିବିର ଅନୁଷ୍ଠିତ

0
WhatsApp Image 2025-07-19 at 4.22.05 PM

ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂଗଠନ ପକ୍ଷରୁ ଶ୍ରୀ ମଙ୍ଗଳ ପ୍ରଧାନ, ଜିଲ୍ଲା ଆର୍ଥିକ ସେବା ଓ ସ୍ୱଳ୍ପ ସଞ୍ଚୟ ଅଧିକାରୀ, ସୁବର୍ଣ୍ଣପୁର ଙ୍କ ସଭାପତିତ୍ବରେ ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଶିବିର ଓ ସଭା ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଓ ସଭାରେ ଜିଲ୍ଲା ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ, ଶ୍ରୀମତୀ ବାସନ୍ତୀ ଭୋଇ,(Standard Agency System ) ଷ୍ଟାଣ୍ଡାର୍ଡ ଏଜେନ୍ସି ସିଷ୍ଟମ ର ସମସ୍ତ ଏଜେଣ୍ଟ ବୃନ୍ଦ, ପ୍ରଧାନ ମନ୍ତ୍ରୀ ମହିଳା କ୍ଷେତ୍ରୀୟ ବଚତ ଯୋଜନା (PMKBY) ଏଜେଣ୍ଟ ବୃନ୍ଦ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଙ୍ଗନ୍ ବାଡ଼ି କର୍ମିବୃନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜ୍ଜୁନ ମାଝୀ ଙ୍କ ସମେତ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଶିବିର ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲପାଳ, ସୁବର୍ଣ୍ଣପୁର, ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଶ୍ରୀ ବିଶିକେଶନ୍ ପ୍ରଧାନ, ଡେପୁଟି କଲେକ୍ଟର, ସୁବର୍ଣ୍ଣପୁର, ସମ୍ମାନିତ ଅତିଥି, ସହ – ଅଧିକ୍ଷକ, ଡାକଘର, ବଲାଙ୍ଗୀର ମଣ୍ଡଳ ଶ୍ରୀ କାର୍ତ୍ତିକ ଚନ୍ଦ୍ର ଦାଶ, ମୁଖ୍ୟବକ୍ତା, ଶ୍ରୀ କାର୍ତ୍ତିକେଶ୍ୱର୍ ପଣ୍ଡା, ଲିଡ ବ୍ୟାଙ୍କ୍ ମ୍ୟାନେଜର,ସୁବର୍ଣ୍ଣପୁର, ଅନ୍ୟତମ ସମ୍ମାନିତ ବକ୍ତା, ଶ୍ରୀ ମହେଶ୍ୱର ଥନାପତି, ଡାକଘର ମାର୍କେଟିଂ କାର୍ଯ୍ୟନିର୍ବାହୀ, ସୋନପୁର, ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ଡାକଘର ଓ ବିଭିନ୍ନ ବ୍ୟାଙ୍କ୍ ମାଧ୍ୟମରେ ପ୍ରଚଳିତ ସ୍ୱଳ୍ପ ସଞ୍ଚୟ ଯୋଜନା, ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଉପରେ ଶିବିରର ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରଚାର ପତ୍ର ବଣ୍ଟନ କରି ବିଶଦ ଭାବରେ ଅବଗତ ଓ ସଚେତନ କରାଇବା ସହିତ ବୁଝାଇ ଥିଲେ।ଏହି ଅବସରରେ ପରିଚାଳକ, ଲିଡ୍ ବ୍ୟାଙ୍କ୍, ସୁବର୍ଣ୍ଣପୁର, ଜନ ଧନ ଯୋଜନା ବ୍ୟାଙ୍କ୍ ଏକାଉଣ୍ଟ୍, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା,ପ୍ରଧାନ ମନ୍ତ୍ରୀ ବୀମା ସୁରକ୍ଷା ଯୋଜନାର ଉପକାରିତା, ସାଇବର ଠକାମୀ, ଚିଟ ଫଣ୍ଡ ଠକାମି ରୁ, ସ୍ୱଳ୍ପ ସଞ୍ଚୟ ଉପରେ ବ୍ୟାଖ୍ୟା ପୂର୍ବକ ବୁଝାଇ ଥିଲେ ଏବଂ ଗ୍ରାମ ସ୍ତରରେ ସଚେତନ କରାଇବାକୁ ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ। ଶେଷରେ ଶ୍ରୀ ଯୁଗଳ କିଶୋର ମିଶ୍ର, ଏଜେଣ୍ଟ, ତଥା ସାମ୍ବାଦିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *