ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡ କ୍ରସ ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ l

ସୁବର୍ଣ୍ଣପୁର — ଗୁରୁବାର ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡ଼କ୍ରସ ପରିବାର ତରଫରୁ ଜନସାଧାରଣଙ୍କୁ ଦହି ସରବତ ବଣ୍ଟନ କରାଯାଇଛି l ସୋନପୁର ସହରର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ ସଭାପତି ମୀନାରାଣୀ ମଙ୍ଗଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରେଡ଼କ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ରେଡ କ୍ରସର ମାନବୀୟ ମୂଲ୍ୟବୋଧ ବିଷୟରେ ମତବ୍ୟକ୍ତ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ ସମ୍ପାଦକ ମଞ୍ଜୁଳତା ଭୋଇ ଓ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶlୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାଧନ କର୍ମୀ ଚନ୍ଦ୍ରଶେଖର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାଧନ କର୍ମୀ ଚନ୍ଦ୍ରମଣି ବାଘ ସ୍ବାଗତ ଅଭିଭାଷଣ ଦେଇଥିଲେ। ସୋନପୁର ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ପଥିକ ଓ ଯାତ୍ରୀ ମାନଙ୍କୁ ଜୁନିୟର ରେଡ କ୍ରସ ତରଫରୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ଉଦ୍ଦେଶ୍ୟରେ ଦହି ସରବତ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିସିସି, ସାଧନ କର୍ମୀ, ପ୍ରଧାନ ଶିକ୍ଷକ ଓ ମାର୍ଗ ଦର୍ଶକ ଭାବରେ କାଳିଆ କର୍ମୀ ,ଶାନ୍ତିଲତା ବେହେରା, ପ୍ରଜ୍ଞା ପରିମିତା ଦାଶ, ମଞ୍ଜୁ ଜଗଦଲା, ପ୍ରଜ୍ଞା ପରିମିତା ମିଶ୍ର, ନିମାଇ ଚରଣ ମଲ୍ଲିକ, ଅନୁପମା ପାଣ୍ଡିଆ, କବିତା ରାଣୀ ପାଢ଼ୀ, ସୁଶ୍ରୀ ବଡ଼ପଣ୍ଡା, ଅନିତା ମହାରା, ଗିରିଶ ଚନ୍ଦ୍ର ତ୍ରିପାଠୀ, ହୃଷୀକେଶ ଡାଙ୍ଗ, ଜଗଦୀଶ ଦାଶ, ହୃଷୀକେଶ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରେଡ଼କ୍ରସର ସଭାପତି ତଥା ଜିଲ୍ଲାପାଳ ଅନ୍ୟା ଦାସଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଜୁନିୟର ରେଡ କ୍ରସ ଅଫିସର ଶ୍ରୀଯୁକ୍ତ ପଶାୟତଙ୍କ ନେତୃତ୍ୱରେ ରେଡ କ୍ରସ ସାଧନ କର୍ମୀ କାଳିଆ କର୍ମୀ, ଚନ୍ଦ୍ର ଶେଖର ମହାପାତ୍ର, ସୋନପୁର ବିସିସି ଗୋପେଶ ପଣ୍ଡା, ପରାମର୍ଶ ଦାତା ଜଗଦିଶ ଦାଶ, ହେମନ୍ତ ମେହେର, ବୈକୁଣ୍ଠ ନାଏକ, ପବିତ୍ର ବାରିକ ପ୍ରମୁଖଙ୍କ ସମେତ ୧୨ ଜଣ ପରାମର୍ଶ ଦାତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥିତ ବ୍ଲଡ ବ୍ୟାଙ୍କ ଠାରେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଶେଷରେ ଆୟୋଜକ ସ୍କୁଲର ପ୍ରଧାନ ଶିକ୍ଷକ ତଥା ପରାମର୍ଶ ଦାତା ବ୍ରତାନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର