ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

l
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଜଣେ ମହିଳା ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି l ସେ ଲେଖିଥିବା ପ୍ରେସକ୍ରିପସନ କୁ ଚିରି ଅନ୍ୟ ଡାକ୍ତର ଙ୍କୁ ଦେଖାଇବାକୁ ପରାମର୍ଶ ଦେଇଥିଲେ l ଏହି ଘଟଣା କୁ ନେଇ ରୋଗୀ ଙ୍କ ବାପା ଭାରପ୍ରାପ୍ତ ସିଡ଼ିଏମଓ ଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁସାରେ, ସୋନପୁର ମଝିପଡ଼ା ର ଆଇନଜୀବୀ ସୟଦ ମୁଜାଫର ଅଲ୍ଲୀ ଙ୍କ 14 ବର୍ଷୀୟା ଝିଅ ଜ୍ୱର ଓ ବାନ୍ତି ରେ ଆକ୍ରାନ୍ତ ହୋଇଥିଲେ l ଝିଅ ର ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ l ଆଉଟ ଡୋର ବିଭାଗ ରେ ବସିଥିବା ଜଣେ ମହିଳା ଡାକ୍ତର ଙ୍କୁ ଅସୁସ୍ଥ ଥିବା ଝିଅ ଙ୍କୁ ଦେଖାଇଥିଲେ l ସମ୍ପୃକ୍ତ ଡାକ୍ତର ଜଣକ ଆବଶ୍ୟକ ମୁତାବକ ଔଷଧ ପ୍ରେସକ୍ରିପସନ ରେ ଲେଖିଥିଲେ l ତେବେ ଜ୍ୱର ଓ ବାନ୍ତି ରେ ଆକ୍ରାନ୍ତ ଝିଅ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାରୁ ଝିଅର ବାପା ଶ୍ରୀ ଅଲ୍ଲୀ ଝିଅ ର ରକ୍ତଚାପ ମାପିବା ପାଇଁ ସମ୍ପୃକ୍ତ ଡାକ୍ତର ଙ୍କୁ କହିଥିଲେ l ତେବେ 14 ବର୍ଷୀୟା ଝିଅର ରକ୍ତଚାପ ମାପିବାର କିଛି ଆବଶ୍ୟକତା ନାହିଁ ବୋଲି ସମ୍ପୃକ୍ତ ଡାକ୍ତର କହିଥିଲେ l ପରେ ତାଙ୍କ ବାପା ସେଠାରୁ ପ୍ରେସକ୍ରିପସନ ଓ ଝିଅ କୁ ଧରି ଜରୁରୀ ଶାଖା କୁ ଆଡମିଟ ପାଇଁ ଆସିଥିଲେ l ଠିକ ସେତିକିବେଳେ ସମ୍ପୃକ୍ତ ମହିଳା ଡାକ୍ତର ଜଣକ ଆଉଟ ଡୋର ବିଭାଗ ରୁ ଜରୁରୀ ଶାଖା କୁ ଆସି ତମେ ଅନ୍ୟକେଉଁ ଡାକ୍ତର ଙ୍କ ପାଖକୁ ଚିକିତ୍ସା ପାଇଁ ଯାଅ ବୋଲି କହି ସେ ଲେଖିଥିବା ପ୍ରେସକ୍ରିପସନଟି ଚିରି ଦେଇଥିବା ଶ୍ରୀ ଅଲ୍ଲୀ ଅଭିଯୋଗ କରିଛନ୍ତି l ଏହି ଘଟଣା କୁ ନେଇ ଆଇନଜୀବୀ ଶ୍ରୀ ଅଲ୍ଲୀ ଭାରପ୍ରାପ୍ତ ସିଡ଼ିଏମଓ ଡ. ଦୁର୍ଗାଦତ୍ତ ଦାଶ ଙ୍କୁ ଅଭିଯୋଗ କରିଥିଲେ l ଏହାପରେ ଅନ୍ୟ ଜଣେ ଡାକ୍ତର ଶ୍ରୀ ଅଲ୍ଲୀ ଙ୍କ ଝିଅ ର ଚିକିତ୍ସା କରିଥିଲେ l ଏହି ଘଟଣା କୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ଓକିଲ ରାଜେନ୍ଦ୍ର ଅଗ୍ରୱାଲ, ଶମ୍ଭୁ ପ୍ରସାଦ ବିଶି, ଦିଲ୍ଲୀପ ପୁରୋହିତ, ଶ୍ରୀକାନ୍ତ ଦାଶ ପ୍ରମୁଖ ଭାରପ୍ରାପ୍ତ ସି ଡି ଏମ ଓ ଡ. ଦୁର୍ଗାଦତ୍ତ ଦାଶ ଙ୍କ ସହ ଆଲୋଚନା କରିଥିଲେ l ଏ ନେଇ ଜିଲ୍ଲାପାଳ ଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି l ଘଟଣା ସମ୍ପର୍କ ରେ ତଦନ୍ତ କଲାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..