February 9, 2026
Home » ସୁବର୍ଣ୍ଣପୁର ଜିଲ୍ଲା ଯାଦବ ମହାସଭାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଯାଦବ ମହାସଭାର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
WhatsApp Image 2025-10-08 at 4.28.06 PM

ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜର ବାର୍ଷିକ ଉତ୍ସବ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ମାଁ ବୁଢିସମଲେଇ ମନ୍ଦିରରୁ ଏକ ପାରମ୍ପାରିକ ବାଡିଖେଲର ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସମଲେଶ୍ବରୀ ମନ୍ଦିର ରେ ପହଂଚିଥିଲେ । ପରେ ମାଁ ସମଲେଶ୍ବରୀ ଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପରିସରରେ ଏକ ସଭା ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ସଭାପତି ତପନ ଜୁଆଡି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ
ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୂପାର ଠେଲା ଯୋଗ ଦେଇ ଯାଦବ ସମାଜର ଉନ୍ନତି ତଥା ମଙ୍ଗଳ କାମନା କରିବା ସହିତ ଯାଦବ ସମାଜର ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ପ୍ରବର୍ତ୍ତାଇ ଥିଲେ । ଏହି ଉତ୍ସବରେ ପଡୋଶୀ ,ବରଗଡ, ସମ୍ବଲପୁର,ବଲାଙ୍ଗିର, ବୌଦ୍ଧ ଆଦି ଜିଲ୍ଲାର ସଭାପତି ମାନେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ଜିଲ୍ଲାର ଛଅଗୋଟି ବ୍ଲକର ସଭାପତି, ଉପସଭାପତି ଓ ସମ୍ପାଦକ ମାନେ ଯୋଗଦେଇ ଯାଦବ ସମାଜରେ ଥିବା ବିଭିନ୍ନ ପ୍ରକାର କୁସଂସ୍କାର କୁ ପ୍ରତିହତ କରିବା ସହିତ ସମାଜରେ ଥିବା ଅବହେଳିତ ପରିବାର ସମୂହକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ଯାଦବ ସମାଜ ପକ୍ଷରୁ ସହଯୋଗ କରିବା ପାଇଁ ପ୍ରତିବଦ୍ଧ ଥିବା କହିଥିଲେ । ସଭାର ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ଯାଦବ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିବା ବେଳେ ଶେଷରେ ଜିଲ୍ଲା ସମ୍ପାଦକ ପୀତବାସ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲା ଯାଦବ ସମାଜ ର ସମସ୍ତ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *