ସୁବର୍ଣ୍ଣପୁର ଜିଲ୍ଲା ରେ କଂଗ୍ରେସ ର 12 ଘଣ୍ଟିଆ ବନ୍ଦ ପାଳନ

ସୁବର୍ଣ୍ଣପୁର: ଅଖ ଚକ ସବୁ ବନ୍ଦ l ଆଜି ସୁବର୍ଣ୍ଣପୁର ଜିଲ୍ଲା ରେ ଶାନ୍ତି ପୂର୍ଣ୍ଣ ଭାବରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ନ୍ୟାୟ ପାଇଁ ବାଲେଶ୍ୱର ଫକୀରମୋହନ ସ୍ଵୟଂଶାସିତ ( FM Auto. College ) ମହାବିଦ୍ୟାଳୟ ର ଅସହାୟ ଛାତ୍ରୀ ଜଣକ ଆତ୍ମାହୂତି ଉଦ୍ୟମ କରିଥିଲେ l ଦୁଇଦିନ କାଳ ଭୁବନେଶ୍ୱର AIIMS ରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ସେ ଆଖି ବୁଜିଛନ୍ତି l ତାଙ୍କ ସହ ବିଜେପି ସରକାର ର ମାନବିକତା ର ମୃତ୍ୟୁ ଘଟିଛି l ଜଣେ ଜଲ୍ଲାଦ ଅଧ୍ୟାପକ ଙ୍କ ଯୌନ ଆବେଦନ ଓ ନିର୍ଯ୍ୟାତନା ବିରୋଧ ରେ ଛାତ୍ରୀ ସୌମ୍ୟାଶ୍ରୀ 6 ମାସ କାଳ ବିଭିନ୍ନ ସମୟ ରେ କଲେଜ ଅଧ୍ୟକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ, ଗୃହ ବିଭାଗ ଦାୟିତ୍ୱ ରେ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖ ଙ୍କୁ ନ୍ୟାୟ ପାଇଁ କାକୁତି ମିନତି କରିବା ସତ୍ତ୍ୱେ କେହି ହେଲେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ l
ତେଣୁ ଏହା ଆତ୍ମାହୂତି ନୁହେଁ, ବରଂ ଉପରୋକ୍ତ ସମସ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଦ୍ୱାରା ଏକ ମିଳିତ ବର୍ବରୋଚିତ ହତ୍ୟାକାଣ୍ଡ l ଯେଉଁ ବିଜେପି ନିଜ ଛାମୁଆ ସଂଗଠନ ଏ ବି ଭି ପି ର ଜଣେ ମହିଳା କାର୍ଯ୍ୟକର୍ତ୍ତା ଙ୍କୁ ସୁରକ୍ଷା ଦେଇପାରୁନାହିଁ, ସେହି ଦଳର ସରକାର ରାଜ୍ୟ ରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ପ୍ରମାଣିତ ହୋଇଛି ବୋଲି କଂଗ୍ରେସ ସହ ଅନ୍ୟ ସାତଟି ବିରୋଧୀ ଦଳ ପକ୍ଷରୁ ଗୁରୁବାର ଦିନ 12 ଘଣ୍ଟିଆ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ପାଳନ କରାଯାଇଛି l ଦିବଙ୍ଗତା ଛାତ୍ରୀ ଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ବିରୋଧ ରେ ଓ ସର୍ବୋପରି ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା ବିରୋଧ ରେ କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ ସମସ୍ତ ସମଭାବାପନ୍ନ ଧର୍ମ ନିରପେକ୍ଷ ଦଳ ଗୁଡିକୁ ନେଇ ଗଠିତ ମିଳିତ ବିରୋଧୀ ଦଳ ଦ୍ୱାରା 17 ଜୁଲାଇ ଗୁରୁବାର ଦିନ ସକାଳ 6 ଟା ଠାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଯାନବାହନ, ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି l
ଏହି ଅବସରରେ ସ୍ବର୍ଗତା ଛାତ୍ରୀ ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଭବିଷ୍ୟତ ରେ ଯେପରି କେହି ମହିଳା ଙ୍କ ପ୍ରତି ଏପରି ଅମାନୁଷିକ କାଣ୍ଡ କରି ନ ପାରନ୍ତି, ଦୃଢ ସଂକଳ୍ପ ନିଆଯିବ l ଏଥିସହ ଦାବି ମୁତାବକ ଘଟଣା ର ବିଚାରବିଭାଗୀୟ ତଦନ୍ତ ନ ହେବା ପର୍ଯ୍ୟନ୍ତ ସରକାର ଙ୍କ ବିରୋଧ ରେ ଆନ୍ଦୋଳନ ଜାରି ରଖିବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି, ସି ପି ଆଇ, ସିପିଆଇ ( ଏମ ), ସିପିଆଇ ( ଏମ – ଏଲ ), ଫରୱାର୍ଡ଼ ବ୍ଲକ, ଏନସିପି, ଏସ ପି ଓ ଆର ଜେଡି ପକ୍ଷରୁ ଆଜିର ଏହି ବନ୍ଦ ପାଳନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର ଙ୍କ ନେତୃତ୍ୱ ରେ ପର୍ଯ୍ୟବେକ୍ଷକ ରାଜେଶ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ,ସୋନପୁର ବ୍ଲକ ସଭାପତି ଲକ୍ଷ୍ମଣ ସୁନା, ମହମ୍ମଦ ଇବ୍ରାହିମ, ରାଜେନ୍ଦ୍ର ମେହେର, ଚିତ୍ତରଞ୍ଜନ କୁମ୍ଭାର,ଜ୍ଞାନ ରଞ୍ଜନ ମିଶ୍ର, ଲକ୍ଷ୍ମଣ ଦାସ, ମାଧବ କୁମ୍ଭାର, ତରଣୀ ବାରିକ, ବରୁଣ ସୁନା, ଆନନ୍ଦ ରଣା, ହରିଶଙ୍କର ପାଣ୍ଡେ ବଳଦେବ ଦାସ, କଳାଚାନ୍ଦ ବଗର୍ତ୍ତୀ, ସଚିତା ନନ୍ଦ ସାହୁ, ଭରତ ଜେନା, ଶେଖ ତାରା ହୁସେନ, ପ୍ରମୋଦ ଗୁରୁ, ମୁନୁ ଦାସ, ନିମେଇଁ ପାଣିଗ୍ରାହୀ, ସୁମିତ ପୁଜାହାରୀ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ସହର ର ବିଭିନ୍ନ ଛକ ରେ ପିକେଟିଂ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..