ସୁବର୍ଣ୍ଣପୁର ଜିଲ୍ଲା ରେ ନିଯୁକ୍ତ ହେବେ ୯୨ ଗୃହରକ୍ଷୀ l

ସୁବର୍ଣ୍ଣପୁର— ଆସନ୍ତା ମାସ ରେ ସୁବର୍ଣ୍ଣପୁର ଜିଲ୍ଲା ରେ ନିଯୁକ୍ତି ପାଇବେ ୯୨ ଗୋଟି ଗୃହରକ୍ଷୀ l ତା ମଧ୍ୟରୁ ୭୨ ଜଣ ପୁରୁଷ ଓ ୧୮ ଗୋଟି ମହିଳା ନିଯୁକ୍ତ ହେବାକୁ ଥିବା ବେଳେ ମଇ ୨୦ ତାରିଖ ରୁ ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀ କେବଳ ଅପ୍ ଲାଇନ୍ ରେ ଅବେଦନ ପତ୍ର ଦାଖଲ କରି ପାରିବେ l ଅନଲାଇନ୍ ରେ ଚାହିଁଲେ ସମସ୍ତ ତଥ୍ୟ ପାଇ ପାରିବେ ଆବେଦନକାରୀ l କମ୍ପ୍ୟୁଟର, ବାହନ ଚାଳକ ଦକ୍ଷତା, ବ୍ୟବହାରିକ ଅଭିଜ୍ଞତା , ସ୍ଵତନ୍ତ୍ର ଦକ୍ଷତା ହାସଲ କରିଥିବା ଓ ବିଶେଷ କରି ଯୁବକ ଯୁବତୀ ଆବେଦନ କାରୀ ଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାୟକ ସୂଚନା ଦେଇଛନ୍ତି l
ଜିଲ୍ଲା ର ସମସ୍ତ ଥାନା ମାନଙ୍କ ରେ ମହିଳା ଙ୍କ ସୁବିଧା ପାଇଁ ମହିଳା କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଓ ଏହି ନିଯୁକ୍ତି ପ୍ରକ୍ରିୟା କୁ ଖୁବ ସ୍ଵଚ୍ଛତା ର ସହ ପରିଚାଳନା କରାଯିବ ବୋଲି ପ୍ରକାଶ କରି କୌଣସି ବି ବ୍ୟକ୍ତି ଏହି ନିଯୁକ୍ତି ପାଇଁ ଯଦି ଲାଞ୍ଚ କାରବାର କରେ ତାହେଲେ ଆପଣ ସିଧା ସଳଖ ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ କୁ ଜଣାଇପାରିବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି l ପ୍ରିଣ୍ଟ ମିଡିଆ ଓ ସୋସିଆଲ ମିଡ଼ିଆ ଜରିଆରେ ଏହାର ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି l ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଏସପି ଶ୍ରୀ ନାୟକ ଙ୍କ ସମେତ ଅତିରିକ୍ତ ଏସପି କେ
ହରି ପ୍ରାସାଦ, ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ, ଡି ଏସ ପି ଚନ୍ଦ୍ର ଶେଖର ଶବର, ରେଣୁକା ସୁନା, ଆର୍ ଆଇ ଶ୍ରୀ ମାରାଣ୍ଡି, ଆର୍ ଆଇ ହୋମ ଗାର୍ଡ ଭକ୍ତ ବନ୍ଧୁ ସେଠ ଯୋଗ ଦେଇ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ l ସୁବର୍ଣ୍ଣପୁର ରେ ନୂଆଁ ଏସପି ଯୋଗଦାନ ପରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ରୁ ଜିଲ୍ଲା ର ବୁଦ୍ଧିଜୀବି ଏସପି ଙ୍କ ଏହି ଉଦ୍ୟମ କୁ ପ୍ରଶଂସା କରିଛନ୍ତି l
ରିପୋର୍ଟ– ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର