ସୁବର୍ଣ୍ଣପୁର ଜିଲ୍ଲା ରେ ବାଲି ମାଫିଆ ସକ୍ରିୟ, କାର୍ଯ୍ୟାନୁଷ୍ଠାନ ହେଉ ନାହିଁ

ସୋନପୁର ପୋଲିସ ଥାନା ଅନ୍ତର୍ଗତ ହରଡଖୋଲ ଫାଣ୍ଡି ରୁ ମାତ୍ର ଦୁଇ କିଲୋମିଟର ରେ ଥିବା ବାଲି ଘାଟ ରୁ ଫାଣ୍ଡି ଅଧିକାରୀ ଙ୍କ ଗାଡ଼ି ପ୍ରତି ପିସି କାରବାର ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ରୁ ୧୦ କିଲୋମିଟର ଦୂର ରେ ଅବସ୍ଥିତ ବୈଦ୍ୟନାଥ ଏବଂ ଲକର୍ମା ବାଲି ଘାଟ ରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ସୋନପୁର ଖଣି ବିଭାଗ,ପୋଲିସ ବିଭାଗ ଓ ପରିବହନ ଅଧିକାରୀ ଙ୍କ ସଂପୃକ୍ତିନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l ଏପରିକି ଗୋଟିଏ ଚାଲାଣ କାଟି ଥିବା ବେଳେ ଅନେକ ଗାଡ଼ିରେ ବାଲି ଯାଉଛି ଅନ୍ୟ ଜିଲ୍ଲାକୁ।ଖଣି ବିଭାଗ ଅଧିକାରୀ ଚଞ୍ଚକତା ପୂର୍ବକ ଲାଞ୍ଚ ନେଇ ଖସେଇ ଦେଉଛନ୍ତି l ବାଲି ଗାଡି ଗୁଡିକ ନ ଜାଣିଲା ପରି ହାଇୱା ବାଲି ଗାଡ଼ି ନିୟମିତ ଭାବରେ ଚାଲିଛି l ଉକ୍ତ ଗ୍ରାମ ରେ ଶହ ଶହ ଗାଡ଼ି ଯିବା ଆସିବା ଯୋଗୁଁ ଲୋକଙ୍କ ଯିବା ଆସିବା, ଗାଧୋଇବା ରାସ୍ତା କୁ ଖାଲ ଢିପ କରି ଦେଉଛନ୍ତି l ବିଭିନ୍ନ ସମୟ ରେ ଦ୍ରୁତ ଗ୍ରାମୀ ହାଇୱା ଗାଡି ଲାଗି ଗାଡି ଆକସ୍ମିକ ଦୁର୍ଘଟଣାର ଶିକାର ହେଉଛନ୍ତି ଛୁଆ ବୁଢ଼ା ଏବଂ ସ୍ଥାନୀୟ ଲୋକ ମାନେ l ଗ୍ରାମ ବାସୀଙ୍କ କହିବା ଅନୁସାରେ ଜିଲ୍ଲାପାଳଙ୍କୁ ଓ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଲେଖି ଜଣାଇଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ l ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣ ମାଧ୍ୟମ ଆଗରେ ଗ୍ରାମ ଗ୍ରାମବାସୀ। ବିନା ସୂଚନା ଫଳକ ରେ ବିବରଣୀ ଦୃଶ୍ୟମାନ ହେଉ ନାହିଁ l ସ୍ଥାନୀୟ ଲୋକ କୁ ବାଲି ମିଳୁନ ଥିବା ବେଳେ ଶହ ଶହ ହାଇୱା ରେ ବାଲି ହେଉଛି ଚୋରା ଚାଲାଣ ବାହାର ଜିଲ୍ଲା କୁ l ବାଲି ମାଫିଆ ସକ୍ରିୟ, କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ। ପରିବହନ ଅଧିକାରୀ ହେଲମେଟ ଚେକିଂ ରେ ବ୍ୟସ୍ତ ଥିଲା ବେଳେ ଉକ୍ତ ହାଇୱା ମାନଙ୍କୁ ଯାଞ୍ଚ କରୁ ନ ଥିବାରୁ ବୁଦ୍ଧିଜୀବୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର