February 6, 2026
Home » ସୁବର୍ଣ୍ଣପୁର ଜିଲ୍ଲା ସମ୍ୱନୟ କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସମ୍ୱନୟ କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2026-01-08 at 3.54.59 PM

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁଙ୍କ ସଭାପତିତ୍ବରେ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସମ୍ୱନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କମିଟି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼. ଉଷାରାଣୀ ଦାଶ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଉପରେ କମିଟି ବୈଠକରେ ସମସ୍ତ ସଦସ୍ୟ, ସଦସ୍ୟା ଙ୍କୁ ଅବଗତ କରାଇଥିଲେ ଯେ କୁଷ୍ଠ ରୋଗ ଚିକିତ୍ସା ଦ୍ଵାରା ଆରୋଗ୍ୟ ଅଟେ । କୁଷ୍ଠ ରୋଗୀ ମାନଙ୍କୁ ଘୃଣା ଓ ହତାଦର କରିବା ଅନୁଚିତ। କୌଣସି କୁଷ୍ଠ ରୋଗୀଙ୍କୁ ପାତର ଅନ୍ତର, ବିଭେଦ ସହିତ ଅସ୍ପୃଶ୍ୟ ରଖିବା ନାହିଁ, କୁଷ୍ଠ ରୋଗରୁ ଆରୋଗ୍ୟ ହେଲା ପରେ ସେମାନଙ୍କର ଥଇଥାନ ସହିତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ସରକାରୀ ସୁବିଧା ଯୋଗାଇଦେବା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ଏହାର ବହୁଳ ପ୍ରଚାର ଓ ପ୍ରସାର କରାଯିବ ବୋଲି ପ୍ରକାଶ କରିଥିଲେ। ଏହା ପରେ ଡ଼. ତ୍ରିବିକ୍ରମ ପାଣ୍ଡିଆ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ପି.ପି.ଟି ମାଧ୍ୟମରେ କୁଷ୍ଠ ରୋଗ ବିଷୟରେ ବିଶଦ ଭାବରେ ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଏହି କୁଷ୍ଠ ରୋଗ ସଚେତନତା ଅଭିଯାନ ୧୫ ଦିନ ବ୍ୟାପୀ ସମଗ୍ର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳ ରୁ ସହରାଞ୍ଚଳ ମାନଙ୍କରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ପ୍ରକାଶ କରିଥିଲେ । ଏ ସଂକ୍ରାନ୍ତରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ।ଏହି ଜିଲ୍ଲା ସମ୍ୱନୟ କମିଟି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜିଲ୍ଲା ମୁଖ୍ୟ।ଳୟ ଡାକ୍ତରଖାନାର କର୍ମଚାରୀ ଓ ଅଧିକାରୀ ବୃନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂହ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀଙ୍କ ସମେତ ଏହି କମିଟିର ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *