December 22, 2024
Home » ସୁବର୍ଣ୍ଣପୁର ଜେଲ ଓ ମହାରାଜା ହାଇସ୍କୁଲ ରେ ବିଶ୍ବ ଧ୍ୟାନ ଦିବସ ପାଳିତ

ସୁବର୍ଣ୍ଣପୁର ଜେଲ ଓ ମହାରାଜା ହାଇସ୍କୁଲ ରେ ବିଶ୍ବ ଧ୍ୟାନ ଦିବସ ପାଳିତ

0

ସୁବର୍ଣ୍ଣପୁର : ଧ୍ୟାନ ମୂଳରେ ସମସ୍ତ ସଫଳତା ନିହିତ I ଧ୍ୟାନ ବଳରେ ଜଣେ ମଣିଷ ଅସାଧ୍ୟ ସାଧନ କରିପାରେ I ଯୋଗର ସମସ୍ତ ଅଭ୍ୟାସ ଏହି ଧ୍ୟାନ ପାଇଁ I ସେଥିପାଇଁ ଆଜି ପ୍ରଥମ କରି ବିଶ୍ବ ଧ୍ୟାନ ଦିବସ ପାଳନ କରାଯାଉଛି I ସୁବର୍ଣ୍ଣପୁର ଜେଲ ଓ ମହାରାଜା ଉଚ୍ଚ ବିଦ୍ୟାଳୟରେ ଆଜି ପତଂଜଳି ଯୋଗ ସମିତି ଆନୁକୂଲ୍ୟରେ ହରିଦ୍ବାର ପତଂଜଳି ଯୋଗପୀଠର ଆଜୀବନ ସଭ୍ୟ ଯୋଗବିଦ୍ ଗୋରେଖନାଥ ସାହୁଙ୍କ ମାର୍ଗ ଦର୍ଶନରେ ବିଶ୍ବ ଧ୍ୟାନ ଦିବସ ପାଳିତ ହୋଇଯାଇଛି I

ଏଥିରେ ଯଥାକ୍ରମେ ଜେଲ ସୁପରିନଟେଣ୍ଡେଣ୍ଟ ଡିଲେଶ୍ବର ଜେନା ଓ ପ୍ରଧାନ ଶିକ୍ଷକ ଆଶୀଷ କୁମାର ରଥ ଅଧ୍ୟକ୍ଷତା କରି ଉପସ୍ଥିତ ଅନ୍ତରୀଣ ବନ୍ଦୀ ଓ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଜେଲର କର୍ମଚାରୀ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଯୋଗ ଦେଇଥିଲେ I ଶେଷରେ ଜେଲର ଅବସର ପ୍ରାପ୍ତ କର୍ମଚାରୀ ପ୍ରଭାକର ଦଳେଇ ଧନ୍ୟବାଦ ଦେଇଥିଲେ I

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed