ସୁବର୍ଣ୍ଣପୁର ଠାରେ ରାଜ୍ୟ ସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଅନୁଷ୍ଠିତ
ସୁବର୍ଣ୍ଣପୁର — ସୋନପୁର ସହରର ବଡ଼ବଜାର ତେନ୍ତୁଳିଘାଟ ଠାରେ ଭଗବତ ପାଠାଗାର ପକ୍ଷରୁ ୬୨ ତମ ବାଳକ ଭୋଜନ ସମାରୋହ ଓ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଏଇ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା କୁ ଶୁଭାରମ୍ଭ କରିଥିଲେ ଓ ମହାନଦୀ ର ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ବିଭୋର ହୋଇ ଯାଇଥିଲେ l ଏଇ ନୌବାଣିଜ୍ୟ ପରମ୍ପରାର ସହ ଯୋଡ଼ି ହୋଇଥିବା ଏ ଉତ୍ସବ କୁ ମା ଲଙ୍କେଶ୍ବରୀ ପୀଠ କୁ ପର୍ଯ୍ୟଟନ ସହ ଯୋଡିବାକୁ ଉଦ୍ୟମ ଜାରି ରଖିବାକୁ ପ୍ରତିଶୁତି ଦେଇଥିଲେ l ମଧ୍ୟାହ୍ନ ରେ ସାମୂହିକ ବାଳକ ଭୋଜନ ସମାରୋହ ରେ ଯୋଗ ଦେଇ ଛୋଟ ପିଲା ମାନଙ୍କୁ ନିଜେ ମିଠା ବାଣ୍ଟିଥିଲେ l ସମ୍ମାନିତ ଅତିଥି ଭାବେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁ, ଆୟୋଜକ କମିଟି ଉପଦେଷ୍ଟା ପୁରୁଷୋତ୍ତମ ପାଣିଗ୍ରାହୀ, ଯୁବ ସଂଗଠକ ଚକ୍ରାୟୁଧ ନାଏକ ଯୋଗ ଦେଇ ଆୟୋଜକ, ପ୍ରତିଯୋଗୀ , କଳାକାର ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ନୌକା ଚାଳନା ପ୍ରତିଯୋଗିତା ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସର୍ବମୋଟ ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଯାହାକି ଚାରି ରାଉଣ୍ଡ ରେ ପ୍ରଥମ ସିଲେକ୍ସନ୍ ରେ ୮ଟି ଟୃପ କୁ ଚୟନ କରାଯାଇଥିଲା ଓ ସେଥିରୁ ଫାଇନାଲ ଟିମ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ କି ଅଭିମନ୍ୟୁ ବେହେରା , ସୁରଜ୍ ତରିଆ ସୁବର୍ଣ୍ଣପୁର ଜିଲ୍ଲା ର ପ୍ରଥମ ବିଜେତା ଭାବେ , ବିକାଶ ଛତ୍ରିଆ ,ଆଲୋକ ତରିଆ ଦ୍ଵିତୀୟ ବିଜେତା ଓ ଶରତ ମହାଲିଙ୍ଗ , ଅନଙ୍ଗ ତରିଆ କେଉଁଟିପାଲି ସୁବର୍ଣ୍ଣପୁର ଜିଲ୍ଲା ତୃତୀୟ ବିଜେତା ଭାବରେ ଉନ୍ନିତ ହୋଇଥିଲେ l ପରେ ସମସ୍ତ ବିଜୟୀ ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଚନ୍ଦନ ଟିଉଟରିଆଲ ର କଳାକାର ମାନଂକ ଦ୍ବାରା ଏକ ଚିତ୍ତା କର୍ଷକ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ କଳାକାର ଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ସଭା କୁ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିଲେ l ଭାଗବତ ମନ୍ଦିର ତେନ୍ତୁଳି ଘାଟ କମିଟି ସଭାପତି କୁନୁ ବେହେରା, ଉପ ସଭାପତି ମୁନା ବାରିକ୍, କୋଷାଧ୍ୟକ୍ଷ ବୃଷଭ ବୁଡେକ୍, ସମ୍ପାଦକ ପବିତ୍ର ସାହୁ, ବୈଦ୍ୟନାଥ ସାହୁ, ହିମାଂଶୁ ନାଏକ, ଜଗନ୍ନାଥ ସାହୁ, ଚନ୍ଦନ ସେଠୀ, ଜିତେନ୍ଦ୍ର ନାଏକ, ହଳଧର ତରିଆ , ସତ୍ୟ ବାନ ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଆଜିର ଏ ଉତ୍ସବ ରେ ହଜାର ହଜାର ଲୋକ ଙ୍କ ଭିଡ ଜମିଥିଲା l ରେଫୋରୀ ସଞ୍ଜୟ କୁମାର ନୌକା ଚାଳନା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
