May 9, 2025
Home » ସୁବର୍ଣ୍ଣପୁର ଠାରେ ସମ୍ବଲପୁରୀ ଦିନ୍ ପାଳିତ

ସୁବର୍ଣ୍ଣପୁର ଠାରେ ସମ୍ବଲପୁରୀ ଦିନ୍ ପାଳିତ

0
WhatsApp Image 2024-08-01 at 6.57.34 PM

ଗୁରୁବାର ଦିନ ସ୍ଥାନୀୟ ବ୍ଲକଛକ ର ମୁକ୍ତ ଖୋଲା ମଞ୍ଚରେ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ହିସାବରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଅତ୍ୟନ୍ତ ମନୋରମ ହିସାବରେ ପାଳନ କରିଯାଇଛି। ଏକତା ମଞ୍ଚ ର ଜିଲ୍ଲା ସଂଯୋଜକ ଭାଗିରଥି ମିଶ୍ରଙ୍କ ଙ୍କ ସଭାପତିତ୍ବରେ ଏକ ସଭାରେ ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ପ୍ରାଧ୍ୟାପକ ଡ଼. ପୁରୁଷୋତ୍ତମ ମିଶ୍ର ,ସମାଜସେବୀ ଶ୍ରୀବତ୍ସ ମଲ୍ଲିକ , ଗୁରୁ ଶ୍ରୀ ବହିଦାର ଙ୍କ ନାତି ତରୁଣ ବହିଦାର,ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ କୃତି ଓ ତାଙ୍କର ଜୀବନବ୍ୟାପୀ ସାଧନା ଯୋଗୁଁ ଆଜି ସମ୍ବଲପୁରୀ ଭାଷା,ସାହିତ୍ୟ କାଳଜୟୀ ହୋଇଥିବା ପ୍ରକାଶ କରି ଗୁରୁ ଶ୍ରୀ ବହିଦାର ଏହି ପବିତ୍ର ମାଟିରେ ଜନ୍ମଲାଭ କରିଥିବା ଯୋଗୁଁ ତାଙ୍କର ସ୍ମୃତି କୁ ଉଜ୍ଜୀବିତ କରିବା ଆମ ମାନଙ୍କର କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ।

ଏ ଅବସରରେ ଲେଖକ ଯୁଧିଷ୍ଠିର ଖମାରୀ ଙ୍କ ଦ୍ଵାରା ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ଉପରେ ରଚିତ ଏକ ପୁସ୍ତକ କୁ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ l ପରେ ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରୁମକୁଝୁମାନା ପକ୍ଷରୁ ବିଶିଷ୍ଟ କଳାକାର ଶାସ୍ଵତ କୁମାର ତ୍ରିପାଠୀ ଙ୍କ ନେତୃତ୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଦେବାଶିଷ ପଟ୍ଟନାୟକ, ହିମାଂଶୁ ଭୂଷଣ ପଣ୍ଡା, ସସ୍ମିତା ପରମଗୁରୁ ଙ୍କ ପରିଚାଳନା ରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହରର ବିଭିନ୍ନ ସ୍କୁଲମାନଙ୍କର ଛାତ୍ରଛାତ୍ରୀ ଭାଗନେଇ ଥିଲେ l

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

 

Leave a Reply

Your email address will not be published. Required fields are marked *