May 9, 2025
Home » ସୁବର୍ଣ୍ଣପୁର ପତଞ୍ଜଳୀ ଯୋଗ ସମିତି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ

ସୁବର୍ଣ୍ଣପୁର ପତଞ୍ଜଳୀ ଯୋଗ ସମିତି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ

0
WhatsApp Image 2024-09-12 at 11.40.31 AM

ଗତ କାଲି ସନ୍ଧ୍ୟା ରେ ସୁବର୍ଣ୍ଣପୁର ସ୍ଥିତ ହୋଟେଲ ମୁନ ଠାରେ ଜିଲ୍ଲା ଯୋଗ ସମିତି ଓ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ କୁ ସଂଗଠନ ସଭାପତି ଗୋପାଳ ନେଗୀ ଓ ସଂପାଦକ ଶ୍ରୀବନ୍ତ ମିଶ୍ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପତଞ୍ଜଳୀ ଯୋଗ ସମିତି ର ସମସ୍ତ ଯୋଗ ସାଧକ ଓ ସାଧିକା ସ ପରିବାର ଉପସ୍ଥିତ ରହି ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ଚଳଚ୍ଚିତ୍ର ର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର, କଣ୍ଠଶିଳ୍ପୀ ପୁରନ୍ଦର ଠେଲା, ଚୁଲବୁଲି କଣ୍ଠଶିଳ୍ପୀ ସୁଶ୍ରୀ ସୁପ୍ରିୟା ଶର୍ମା, ମିନୀ ପଣ୍ଡା, ପେଡ଼ ବାଦକ ଶୀତଳ ଓ ତବଲା ବାଦକ ଭବାନୀ ଶଙ୍କର ମେଲୋଡି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ଯୋଗ ସହିତ ସଙ୍ଗୀତ ଓ ନାଚଗୀତ ଦ୍ଵାରା ମନ ଓ ଶରୀର କୁ ସୁସ୍ଥ ରଖିବା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଯୋଗ ପ୍ରାଣାୟାମ ଅଭ୍ୟାସ ଦ୍ଵାରା ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରିବା ସକାଶେ ସମସ୍ତ ସହର ବାସୀଙ୍କୁ ପତଞ୍ଜଳୀ ଭାରତ ସ୍ବାଭିମାନ ଜିଲ୍ଲା ପ୍ରଭାରୀ ମନୋଜ ପଣ୍ଡା ଆହ୍ଵାନ କରିଥିଲେ। ଏହି ସଂlସ୍କୃତିକ କାର୍ଯ୍ୟକ୍ରମ କୁ ଯୋଗୀ ମନୋରଞ୍ଜନ ତ୍ରୀପାଠୀ ଓ ସଙ୍ଗୀତକାର ପୁରନ୍ଦର ଠେଲା ସଂଯୋଜନା କରିଥିବା ବେଳେ ଯୋଗ ସମିତି ପକ୍ଷରୁ ରବୀନ୍ଦ୍ର ଜେନା, ସୁବାସ ପଣ୍ଡା, ସଞ୍ଜୟ ବଡ଼ପଣ୍ଡା, ଅନିଲ ଅଗ୍ରୱାଲ, ଦୀନବନ୍ଧୁ ସାହୁ, ନନ୍ଦଲାଲ୍ ଅଗ୍ରୱାଲ, ଉମେଶ ସାହୁ, ଟୁନା ସାହୁ, ଲକ୍ଷ୍ମୀ କାନ୍ତ ସାହୁ, ଜାଗୃତି, ମଞ୍ଜୁଶ୍ରୀ, ମଞ୍ଜୁଲତା ଭଉଣୀ ତଥା ଅନ୍ୟାନ୍ୟ ମହିଳା ଯୋଗ ସାଧିକା ସକ୍ରିୟ ସହଯୋଗ କରିଥିଲେ । ଶେଷ ରେ ସଂଗଠନ ସଂଯୋଜକ ରବୀନ୍ଦ୍ର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୋଗ ଗୁରୁ ମନୋଜ ପଣ୍ଡା ଓ ସମସ୍ତ କଳାକାର ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *