ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ଙ୍କୁ ମହିଳା ଙ୍କ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ବହଲପଦର ଗ୍ରାମ ପଞ୍ଚାୟତ ର ହାତିଲିମୁଣ୍ଡା ର ଅନେକ ମହିଳା ଜଙ୍ଗଲ ରୁ ମୂଲ୍ୟବାନ ଗଛ କାଟିନେଉଥିବା ଯୋଗୁଁ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି l ଦାବିପତ୍ର ରେ ଫଟାମୁଣ୍ଡା ତଳ ଧୁବଖୁଟା ଜଙ୍ଗଲ ରୁ ପ୍ରାୟ ୨୦୦ ଏକର ଜଙ୍ଗଲ ଜମି ରୁ ମୂଲ୍ୟବାନ ଶାଗୁଆନ, ଶିଶୁ, ଅଇଁଳା, ଜାମୁ ଇତ୍ୟାଦି ଗଛ କାଟି ନେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳର ମହିଳା ମାନେ l ସ୍ଥାନୀୟ ଫରେଷ୍ଟର ଓ ତହସିଲଦାର ଙ୍କୁ ଏ ବିଷୟ ରେ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି। ମାତ୍ର ବନଖଣ୍ଡ ଅଧିକାରୀ ଙ୍କ କହିବା ମୁତାବକ ଉକ୍ତ ଜମି ଜଙ୍ଗଲ ବିଭାଗ ର ହୋଇ ନ ଥିବା ବେଳେ ରେଭେନ୍ୟୁ ବିଭାଗ ର ହୋଇଥିବା କହିଛନ୍ତି। ଏହା ଛଡ଼ା ଜଙ୍ଗଲ ଜମି ରେ ଯଦି ଗଛ କଟା ଯାଇ କାହା ଘରେ ରଖାଯାଇଥାଏ ତାକୁ ଜବତ୍ କରିପାରିବେ l ମାତ୍ର ଜଣେ କାଟି ଚାଲିଯାଇଥିଲେ କଣ କରିବେ କହି ଆସିଥିବା ମହିଳା କୁ କହିଥିବା ସୂଚନା ମିଳିଛି। ସରକାର କୋଟି କୋଟି ଟଙ୍କା ଗଛ ଲଗାଇବାରେ ଖର୍ଚ୍ଚ କରୁଥିବା ବେଳେ ଲୋକ ଗଛ କାଟିବା ନେଇ ବୁଦ୍ଧିଜୀବୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ଉପରେ ଉପଯୁକ୍ତ ତଦନ୍ତ କରି ଦୋଷୀ ଙ୍କ ପ୍ରତି ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…