October 24, 2025
Home » ସୁବର୍ଣ୍ଣପୁର ରୁ ଅପହୃତ ନାବାଳକ ଆୟୁଷ ପୁରୀ ରୁ ଉଦ୍ଧାର

ସୁବର୍ଣ୍ଣପୁର ରୁ ଅପହୃତ ନାବାଳକ ଆୟୁଷ ପୁରୀ ରୁ ଉଦ୍ଧାର

0
WhatsApp Image 2025-09-10 at 11.38.39 AM

 

ସୁବର୍ଣ୍ଣପୁର — ମଧ୍ୟପ୍ରଦେଶର ତିନି ଜଣ ଦୁର୍ବୃତ୍ତଙ୍କ ଦ୍ବାରା ଅପହୃତ ସୋନପୁର ର ନଅ ବର୍ଷ ର ନାବାଳକ କୁ ସୋମବାର ରାତି ୧ ଟା ରେ ପୁରୀ ମାର୍କେଟ୍ ଛକ ସ୍ଥିତ ମହାୱର ଗେଷ୍ଟ୍ ହାଉସ୍‌ରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ମଧ୍ୟପ୍ରଦେଶ ର ୩ ଜଣ ଅଭିଯୁକ୍ତ ପୁରୀ ରୁ ଖସି ଯାଇଛନ୍ତି । ତେବେ ସେମାନେ ବ୍ୟବହାର କରୁଥିବା କାର ଓ଼ ଏକ ମାଉଜର କୁ ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ପୋଲିସ ପାଇଛି । ୭ ତାରିଖ ରାତି ସୋନପୁର ସହର ୧୦ ନମ୍ବର ୱାର୍ଡ଼ ର ପଟାଭାଡ଼ିରୁ ବାଳକକୁ ଅପହୃତ କରଯାଇଥିଲା l ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ ଓ ସିଟିଡିଏସପି ଙ୍କ ଉଦ୍ୟମ ରେ ବିଭିନ୍ନ ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତନାଘନା ଚଳାଇ ଥିଲେ । ପୋଲିସ ଡିଜି ଏବଂ ଉତ୍ତରାଞ୍ଚଳ ଆଇଜି ଙ୍କ ତତ୍ୱାବଧାନରେ ପୁରୀ ଓ଼ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କ ଉଦ୍ୟମରେ ଦୁଇଟି ସାଇବର ଟିମ ଙ୍କ ପ୍ରଚେଷ୍ଟା ରେ ଅପହୃତ ନାବାଳକ କୁ ସୁରକ୍ଷିତ ଉଦ୍ଧାର କରିଥିବା ବିଷୟ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି l

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ର ଏକ ସ୍ବତନ୍ତ୍ର ଟିମ ଗତକାଲି ସକାଳେ ପୁରୀ ପହଞ୍ଚି ପୁରୀ ପୋଲିସ ପାଖରୁ ସୁରକ୍ଷିତ ଭାବେ ଆଣି ସୋନପୁର ଥାନା ରେ ରଖିଥିବା ଓ ଅପହୃତ ନାବାଳକ ର ବାପା ଶ୍ରଦ୍ଧା କର ନାଏକ ଓ ମାଆ ମନ୍ଦାକିନୀ ନାଏକ ଙ୍କୁ ହସ୍ତାନ୍ତର କରି ଥିବା ବିଷୟ ଗତକାଲି ସଂଧ୍ୟାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଏକ ସାମ୍ୱାଦିକ ସମ୍ମିଳନୀରେ ବାଳକ ର ବାପା ମାଙ୍କ ଆଗରେ ସବୁ ବିଷୟ ସୂଚନା ଦେଇଛନ୍ତି l ଟଙ୍କା ପାଇଁ ଆୟୁଷ କୁ ଅପହରଣ କରି ନିଆ ଯାଇଥିବା କଥା ଅପହୃତ ନାବାଳକ ର ବାପା ମାଆ ସୁବର୍ଣ୍ଣପୁର ପୋଲିସ କୁ ଓ ସାମ୍ୱାଦିକ ଙ୍କୁ କହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ସୋନପୁର ସହର ପଟାଭାଡ଼ିର ଉକ୍ତ ବାଳକ ଆୟୁଷ ରବିବାର ନିକଟସ୍ଥ ଏକ ଫାଷ୍ଟଫୁଡ ଦୋକାନକୁ ଚାଉମିନ ଖାଇବାକୁ ଯାଇଥିଲା । ସେଠାରୁ ବାଳକ କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନିଆଯାଇଥିବା ପରିବାର ଲୋକେ ରବିବାର ରାତି ୧ ଟା ରେ ଥାନାରେ ଅଭିଯୋଗ କରିଥିଲେ | ଯାହାକି ୨୦ ଲକ୍ଷ ଟଙ୍କା ଦାବୀ କରି ଦୁବୃର୍ତ୍ତ ବାରମ୍ବାର ଫୋନ୍ ଚାର୍ଟିଂ ମାଧ୍ୟମରେ ଶ୍ରଦ୍ଧାକର କୁ ଧମକ ଦେଇଥିବା ବିଷୟ ସୂଚନା ମିଳିଛି l ସୋନପୁର ପୋଲିସରେ ଏକ ମାମଲା( କେସ ନମ୍ବର 225/2025 ) ରୁଜୁ କରି ତିନି ଗୋଟି ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଛାନଭିନ ଜାରି ରଖିଥିଲା ବୋଲି ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓ଼ ଅଭିଯୁକ୍ତ ମାନଙ୍କୁ ଧରିବା ପରେ ଅପହରଣ ର ଅସଲ କାରଣ ଜଣା ପଡିବ ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *