July 1, 2025
Home » ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ: ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ

ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ: ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ

0
WhatsApp Image 2025-06-21 at 3.39.34 PM

ସୁବର୍ଣ୍ଣପୁର: ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନହଲ ଓ ଇଣ୍ଡୋର ହଲ, ରାମେଶ୍ୱର ଷ୍ଟାଡିୟମ ଠାରେ ଆୟୋଜିତ ଯୋଗ ଦିବସରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ ବୋଲି ସନ୍ଦେଶ ଦେଇଛନ୍ତି ।

ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ସୋନପୁର, ବୀରମହାରାଜପୁର,ଉଲୁଣ୍ଡା,ବିନିକା,ଡୁଙ୍ଗୁରିପାଲି ଓ ତରଭା ବ୍ଲକ ସଦର ମହକୁମା ତଥା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ସହ ବିଭିନ୍ନ ଅନୁଷ୍ଠାନ ପ୍ରଭୃତି ଅଞ୍ଚଳର ଶତାଧିକ ସ୍ଥାନରେ ହୋଇଥିବା ଯୋଗ ଶିବିରରେ ସମାଜର ସବୁ ବର୍ଗର ଲୋକେ ଅଂଶଗ୍ରହଣ କରି ଯୋଗଭ୍ୟାସ କରିଛନ୍ତି । ଯୋଗ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଯୋଗକୁ ଦୈନ୍ୟନ୍ଦିନ ଜୀବନରେ ଅଂଶ ଭାବରେ ଗ୍ରହଣ କରିବାକୁ ସାମୁହିକ ଶପଥ ପାଠ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *