ସୁବର୍ଣ୍ଣପୁର ରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ଙ୍କ ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ l
ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା କୋଷାଗାର ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ର କାର୍ଯ୍ୟାଳୟ ଗୃହ ମାନ୍ୟବର ଜିଲ୍ଲା ଓ ସେଶନ୍ସ ଜଜ, ସୋନପୁର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ୍ ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଓ ସେଶନ୍ସ ଜଜ, ସୋନପୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜିଲ୍ଲାପାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଉପ – ନିର୍ଦ୍ଦେଶକ, ଅଭିଯୋଜନ୍ ବେଣୁଧର ପ୍ରଧାନ, ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀମତି ମଧୁମିତା ଅମାତ୍ୟ, ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ, ଶ୍ରୀ ଅଜିତ ବିଶି ଓ ଅବକାରୀ ଅଧିକ୍ଷକ ପ୍ରବୀର ସାମଲ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଅତିଥି ମାନେ ନୂତନ ଭାବେ ଉଦଘାଟିତ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଗୃହର ଆବଶ୍ୟକତା ଓ ଉଭୟ ଆଇନଜୀବୀ ଓ ଅଭିଯୋଜନ ବା ପ୍ରସିକ୍ୟୁସନ୍ କାର୍ଯ୍ୟରେ ନିୟୋଜିତ ଅଧିକାରୀ,ମୁଦଲା, ଜନସାଧାରଣଙ୍କ କାର୍ଯ୍ୟରେ ବ୍ୟବହୃତ ହେବା ସଂଗେ ସଂଗେ ନ୍ୟାୟ ପ୍ରଦାନ ପ୍ରକ୍ରିୟା କୁ ସୁଦୃଢ ଓ ତ୍ୱରାନ୍ୱିତ କରିବା ଉପରେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ର ଅନେକ ଆଇନଜୀବୀ, ଜନସାଧାରଣ, ବୁଦ୍ଧିଜୀବୀ ଓ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
