October 23, 2025
Home » ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

0
WhatsApp Image 2025-05-31 at 2.33.05 PM

ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜ଼ିଲ୍ଲା ତାଲିମ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ-୨୦୨୫ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଡ଼ା. ପ୍ରଦୀପ କୁମାର ଗୁରୁ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ,ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା.ଦୁର୍ଗା ଦତ୍ତ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (VBD)ଡ଼ା. ଗୋପାଳ ଚନ୍ଦ୍ର ମଲ୍ଲିକ , ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ଼ା. ପଦ୍ମହଂସ ଦୋରା,ଦନ୍ତ ରୋଗ ବିଶେଷଜ୍ଞ ଡ଼ା. ସତ୍ୟ ନାରାୟଣ ପଣ୍ଡା,ଜିଲ୍ଲା ସ୍ବାସ୍ଥ୍ୟ ମିଶନ ଅଧୀନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଓ ଅଧୀକ୍ଷକ ସ୍ମିତାଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ତମାଖୁ ସେବନ ଦ୍ୱାରା ଭାରତ ବର୍ଷ ରେ ପ୍ରତି ବର୍ଷ କର୍କଟ, ହୃଦରୋଗ, ଶ୍ୱାସ ଜନିତ ରୋଗ, ମଧୁମେହ, ମସ୍ତିଷ୍କଘାତ ଆଦି ରୋଗ ରେ ପଡି ୩୦ ଲକ୍ଷ୍ ରୁ ଅଧିକ ବ୍ୟକ୍ତି ମୃତ୍ୟୁ ମୁଖ ରେ ପଡ଼ୁଛନ୍ତି ତେଣୁ ଆମେ ସମସ୍ତେ ସନ୍ତୁଳିତ ଖାଦ୍ୟ, ଉତ୍ତମ ଜୀବନ ଶୈଳୀ, ନିଶା ଯୁକ୍ତ ଖାଦ୍ୟ ରୁ ବିରତ ହୋଇ ଶାରୀରିକ ପରିଶ୍ରମ କରିବା , ଧୁମପାନ ରୁ ସମ୍ପୂର୍ଣ୍ଣ ମାତ୍ରା ରେ ମୁକ୍ତ ରହିବା, ଯୋଗ ଓ ଧ୍ୟାନ ଅଭ୍ୟାସ କରିବା ଉପରେ ସମସ୍ତ ଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ଓ ନିୟମିତ ପରୀକ୍ଷା କରାଇ ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଚେତନତା ବାର୍ତ୍ତା ପ୍ରଦାନ କରି ଥିଲେ l ତମାଖୁ ଜନିତ ଅଣ ସଂକ୍ରlମକ ରୋଗ ରୁ ମୃତ୍ୟୁ ହାର କୁ ନିହାତି ହ୍ରାସ କରି ସୁସ୍ଥ ସୁନ୍ଦର ସମାଜ ଗଠନ ସମ୍ଭବ ହୋଇ ପାରିବା ଉପରେ ବୁଝାଇ ଥିଲେ । ଅତିଥି ବୃନ୍ଦ ଡ୍ରଇଂ ଓ କୁଇଜ୍ ପ୍ରତିଯୋଗୀ ୧୦ ଜଣ ଙ୍କୁ ପୁରସ୍କୃତ କରିଥିଲେ।
ଉକ୍ତ ସଭାରେ ସ୍କିଲ ଡେଭେଲପମେଣ୍ଟ କେନ୍ଦ୍ର ର ମ୍ୟାନେଜର ତଥା ଛାତ୍ର ଛାତ୍ରୀ ବୃନ୍ଦ, ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ର ଛାତ୍ରୀ , ନର୍ସିଂ ଅଫିସର ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,ଜିଲ୍ଲା ଅଣ ସଂକ୍ରlମକ ରୋଗ ସଂଯୋଜକ ଆଲୋକ କୁମାର ମିଶ୍ର, ଏପିଡ଼େମିଓଲୋଜିଷ୍ଟ ଲୋପାମୁଦ୍ରା ମହାନ୍ତି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ଶେଷ ରେ ବୃନ୍ଦାବନ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *