February 4, 2026
Home » ସୁବର୍ଣ୍ଣପୁର ରେ ଭବ୍ୟ ବସ ଷ୍ଟାଣ୍ଡ କାମ ଶୀଘ୍ର ଆରମ୍ଭ କରିବାକୁ ସ୍ଥାନୀୟ ନେତୃତ୍ୱ ଓ ଜନସାଧାରଣ ଠିକା ସଂସ୍ଥା କୁ ଘେରିଲେ

ସୁବର୍ଣ୍ଣପୁର ରେ ଭବ୍ୟ ବସ ଷ୍ଟାଣ୍ଡ କାମ ଶୀଘ୍ର ଆରମ୍ଭ କରିବାକୁ ସ୍ଥାନୀୟ ନେତୃତ୍ୱ ଓ ଜନସାଧାରଣ ଠିକା ସଂସ୍ଥା କୁ ଘେରିଲେ

0
WhatsApp Image 2026-02-03 at 10.20.19 AM (1)

 

ସୁବର୍ଣ୍ଣପୁର — ସୋନପୁର ଠାରେ ଅସ୍ଥାୟୀ ବସ ଷ୍ଟାଣ୍ଡ ରୁ ବସ ଚଳାଚଳ ପରେ ତା ପରଦିନ ଭବ୍ୟ ବସ ଷ୍ଟାଣ୍ଡ ସ୍ଥାନ କୁ ଠିକାସଂସ୍ଥା ଟିଣ ରେ କାନ୍ଥ ତିଆରି କରି ବାଡା ତିଆରି ପରେ ବସ ଷ୍ଟାଣ୍ଡ ନିର୍ମାଣ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା। କୌଣସି କାରଣ ରୁ ଠିକାସଂସ୍ଥା ଟିଣ କାଢ଼ିଦେବା ପରେ ଜନସାଧାରଣ ତଥା ବୁଦ୍ଧିଜୀବୀ ସୋସିଆଲ ମିଡ଼ିଆ ରେ ଅସନ୍ତୋଷ ପ୍ରକାଶ କରିଥିଲେ। ସୋସିଆଲ ମିଡ଼ିଆ ରେ ଜନସାଧାରଣ ଙ୍କ ପ୍ରତିକ୍ରିୟା କୁ ଗୁରୁତର ସହ ନେଇ ସକାଳୁ ସକାଳୁ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ବିଜେଡି ର ବରିଷ୍ଠ ନେତା ତଥା କାଉନସିଲର କଇଁରୁ ସ୍ୱାଇଁ, କାଉନସିଲର ସୁକାନ୍ତ ସାହୁ, କଂଗ୍ରେସ ନେତା ଶେଷ ମେହେର,ବରିଷ୍ଠ ବିଜେପି ନେତା ତଥା ଘରୋଇ ବସ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ର ଙ୍କ ସହ ଅନେକ ଜନ ସାଧାରଣ ଠିକାସଂସ୍ଥା କର୍ମଚାରୀ ଙ୍କୁ ଭେଟି କାମ ଶୀଘ୍ର ଆରମ୍ଭ କରିବା ପାଇଁ ତାଗିଦ୍ କରିଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉ କି ସରସ୍ଵତୀ ପୂଜା ରେ ଜିଲ୍ଲା ପ୍ରଶାସନ ଓ ଘରୋଇ ବସ ମାଲିକ ସଂଘ ସହମତି ରେ ନୂତନ ଅସ୍ଥାୟୀ ବସ ଷ୍ଟାଣ୍ଡ ରୁ ବସ୍ ଚଳାଚଳ ଆରମ୍ଭ କରିଥିଲା। ସୋସିଆଲ ମିଡ଼ିଆ ରେ ସୋନପୁରର ଜନ ସାଧାରଣ ଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ଯେ ନୂତନ ଭବ୍ୟ ବସଷ୍ଟାଣ୍ଡ ନିର୍ମାଣ କାମ ଶୀଘ୍ର ନ ହେଲେ ଜନ ଅସନ୍ତୋଷ ଚରମ ସୀମା ରେ ପହଞ୍ଚିପାରେ। ଏଣୁ ସ୍ଥାନୀୟ ବଲାଙ୍ଗୀର ସାଂସଦ, ସ୍ଥାନୀୟ ବିଧାୟକ,ସୁବର୍ଣ୍ଣପୁର ଜିଲ୍ଲାପାଳ, ପୌର ଅଧିକାରୀ ତଥା ନିର୍ବାଚିତ ପୌର ଅଧ୍ୟକ୍ଷା କାମ ତ୍ଵରାନିତ ଦିଗରେ ଧ୍ୟାନ ଦିଅନ୍ତୁ କହି ସ୍ଥାନୀୟ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର୍ ଧରିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *