July 16, 2025
Home » ସୁବର୍ଣ୍ଣପୁର ରେ ମହାରାଜା ଵୀରମିତ୍ରୋଦୟ ସିଂହ ଦେଓ ଙ୍କ ୮୮ ତମ ଶ୍ରାଦ୍ଧ ଦିବସ ପାଳିତ

ସୁବର୍ଣ୍ଣପୁର ରେ ମହାରାଜା ଵୀରମିତ୍ରୋଦୟ ସିଂହ ଦେଓ ଙ୍କ ୮୮ ତମ ଶ୍ରାଦ୍ଧ ଦିବସ ପାଳିତ

0
WhatsApp Image 2025-04-29 at 2.07.46 PM

ସୁବର୍ଣ୍ଣପୁର —ଓଡିଆ  ଭାଷା ଭିତ୍ତିକ ଆମ ରାଜ୍ୟ ଓଡ଼ିଶା ଗଠନ ରେ ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେଓ ଙ୍କ ଅବଦାନକୁ ଅସ୍ବୀକାର କରାଯାଇ ନପାରେ। ସେହି ସମୟରେ ସବୁ କ୍ଷେତ୍ରରେ  ସାମଗ୍ରିକ ବିକାଶ ପାଇଁ ମହାରାଜା ପୁରା ସହଯୋଗ ଯୋଗାଇ ଦେଇଥିବା କଥା ଇତିହାସ ପୃଷ୍ଠାରୁ ଜଣାଯାଏ। ଏହି ଜିଲ୍ଲା ତଥା ଓଡ଼ିଶାର ଶିକ୍ଷା କ୍ଷେତ୍ର ରେ ମଧ୍ୟ ତାଙ୍କର ଅବଦାନ ଚିର ସ୍ମରଣୀୟ ଅଟେ। ଆଜି ୨୯ ଅପ୍ରେଲ ତାଙ୍କ  ୮୮ତମଶ୍ରାଦ୍ଧ ଦିବସ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ରେ ଥିବା ସେହି ମହାନ ମହାତ୍ମାଙ୍କ ପ୍ରତିମୂର୍ତ୍ତି ରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ l କରିବାର ଦିନ ଟିଏ l ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚ , ମଝିପଡ଼ା ରମଧୂନ୍ କ୍ଲବ ଓ ସ୍ୱଚ୍ଛ ଭାରତ ସଂଗଠନ ମିଳିତ ସହଯୋଗ ରେ  ଓ ସଂଗଠକ ମନୋରଞ୍ଜନ ତ୍ରୀପାଠୀ, ପୀୟୁଷ ପଣ୍ଡା ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୋପାଳଜୀ ଯୋଗାଳୟ ର ସଭାପତି ହରି ନାରାୟଣ ଶତପଥି,ଆଇନଜୀବୀ ପ୍ରଦୀପ ପୁରୋହିତ, ସଚେତନ ନାଗରିକ ମଞ୍ଚ ର ସଭାପତି ସିତାଂଶୁ ଶେଖର ମିଶ୍ର, ସ୍ବଚ୍ଛ ଭାରତ ସଙ୍ଗଠନର ବରିଷ୍ଠ ସଦସ୍ୟ ଇନ୍ଦୁମତି ପୁରୋହିତ , ପ୍ରମୋଦ କୁମାର ସାହୁ,  ସାମ୍ୱାଦିକ ରଞ୍ଜନ ବାରିକ, ସୁଶାନ୍ତ ପଣ୍ଡା,  ରାମ ଧୁନ କ୍ଲବ ର ସଂପାଦକ ବିକାଶ ପଣ୍ଡା, ହୃଷୀ କେଶ୍ ପଣ୍ଡା, ରାଜ କୁମାର ନାଏକ, ଚନ୍ଦନ ସାହୁ, ଚୈତନ୍ୟ ନାଏକ, ସୁନିଲ ନାଏକ ପ୍ରମୁଖ ଅନେକ ସ୍ବେଛାସେବୀ ବୁଦ୍ଧିଜୀବୀ ଯୋଗ ଦେଇ ମହାରାଜ ସିଂହ ଦେଓ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *