December 27, 2025
Home » ସୁବର୍ଣ୍ଣପୁର ର ଦୁଇ ଯୋଗଗୁରୁ ଓ ଯୋଗାଚାର୍ଯ୍ୟ ଙ୍କୁ ଯୋଗଶ୍ରୀ ସମ୍ମାନ ରେ ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର ର ଦୁଇ ଯୋଗଗୁରୁ ଓ ଯୋଗାଚାର୍ଯ୍ୟ ଙ୍କୁ ଯୋଗଶ୍ରୀ ସମ୍ମାନ ରେ ସମ୍ବର୍ଦ୍ଧିତ

0
WhatsApp Image 2025-12-27 at 3.24.16 PM

ସୁବର୍ଣ୍ଣପୁର:ସୋନପୁର ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ଆୟୋଜିତ ସେବା ସମ୍ମାନ ସମାରୋହରେ ଯୋଗ କ୍ଷେତ୍ରରେ ଜନସେବା ଯୋଗାଇଦେଇ ସମଗ୍ର ରାଜ୍ୟରେ ସୁଖ୍ୟାତି ଅର୍ଜନ କରିଥିବା ସୁବର୍ଣ୍ଣପୁର ଜିଲ୍ଲାର ଦୁଇ ଜଣ ସର୍ବ ବରିଷ୍ଠ ସମ୍ମାନନୀୟ ଯୋଗଗୁରୁ ଯୋଗାଚାର୍ଯ୍ୟ ନ୍ୟୁନଚନ୍ଦ୍ର ପୂଝାରୀ ଏବଂ ଯୋଗାଚାର୍ଯ୍ୟ ସୁରେଶ ଚ଼ନ୍ଦ୍ର ବେହେରା ମହୋଦୟୋ ଙ୍କୁ ଅନୁଷ୍ଠାନ ତରଫରୁ ଯୋଗଶ୍ରୀ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିବା ଯୋଗୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ଏହି ସଭାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ବୟସାଧିକ୍ୟ ଯୋଗୁଁ ଉଭୟ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ସମ୍ମାନ ଜଣାଇ ସମାରୋହର ମୁଖ୍ୟ ଅତିଥି ସୁବର୍ଣ୍ଣପୁର ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ସଭାପତି ଡକ୍ଟର ଆର୍ତ୍ତତ୍ରାଣ ବାବୁ ଏବଂ ଟ୍ରଷ୍ଟର ଅଧ୍ୟକ୍ଷ ଶିବ ପ୍ରସାଦ ପାତ୍ର ମହୋଦୟ ସଭାମଞ୍ଚ ରୁ ତଳକୁ ଓହ୍ଲେଇ ଆସି ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ ପୂର୍ବକ ଦୁଇ ବର୍ଷିଆନ୍ ଯୋଗାଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *