ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ ବିଶ୍ବ ମହିଳା ସପ୍ତାହ ପାଳିତ l

ସୁବର୍ଣ୍ଣପୁର — ନାରୀ ହେଉଛି ପ୍ରକୃତି ଓ ପୁରୁଷଙ୍କ ଏକ ଶ୍ରେଷ୍ଠ ଅବଦାନ I ନାରୀ ହେଉଛି ଜନ୍ମଦାତ୍ରୀ ତେଣୁ ସେ ବନ୍ଦନୀୟା, ପୂଜନୀୟା I ନାରୀ ବିନା ସମାଜର ଅଗ୍ରଗତି ଅକଳ୍ପନୀୟ I ଯେଉଁଠାରେ ନାରୀ ପୂଜାପାଏ ସେଠାରେ ଦେବତାମାନେ ରମଣ କରନ୍ତି I ନାରୀ ଜାତିକୁ ସମାଜରେ ଉପଯୁକ୍ତ ସମ୍ମାନ ଦେବା ହେଉଛି ସମସ୍ତଙ୍କ ଦାୟୀତ୍ବ ଓ କର୍ତ୍ତବ୍ୟ I ଏହାଥିଲା ଆଜି ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ସୁବର୍ଣ୍ଣପୁରରେ ଅନୁଷ୍ଠିତ ବିଶ୍ବ ମହିଳା ସପ୍ତାହ ପାଳନ ଅବସରରେ ବକ୍ତାମାନଙ୍କ ବକ୍ତବ୍ୟର ସାରାଂଶ I ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସୁବର୍ଣ୍ଣାର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ଦେଇଥିଲେ I ଏଥିରେ ଅଧ୍ୟାତ୍ମବାଦୀ ପଙ୍କଜ କୁମାର ମେହେର, ମହିମାଧର୍ମୀ ଦୁର୍ଗା କଲତା, ରାମଗୋପାଳ ବାଘ, ସୁଧୀର କୁମାର ଜଗଦଲା, ପିତାମ୍ବର କୁମ୍ଭାର , ସମାଜସେଵୀ ଦିଲ୍ଲୀପ କୁମାର ରଥ, ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ମହିଳା ଦିବସ ଓ ସପ୍ତାହ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ I ଏଥିରେ ସମ୍ମାନିତ ବକ୍ତାଭାବେ ସୁନନ୍ଦା ସାହୁ, ଭଗବତୀ ରାୟଗୁରୁ, ଶ୍ରଦ୍ଧାଂଜଳୀ ମିଶ୍ର, ଗୀତା ବହିଦାର, କଳ୍ପନା ମେହେର , ମଂଜୁଳା ଝାଙ୍କର , ବାସନ୍ତୀ ପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ I ଶେଷରେ ସୁବର୍ଣ୍ଣାର ସଂପାଦିକା ମଂଜୁଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର