January 21, 2025
Home » ସୁବର୍ଣ୍ଣ ଲୋକ ମହୋତ୍ସବ ର ଏ ପାଖ ସେପାଖ : ଲୋକ ଉତ୍ସବ ନୁହେଁ, ବାବୁ ଉତ୍ସବ

ସୁବର୍ଣ୍ଣ ଲୋକ ମହୋତ୍ସବ ର ଏ ପାଖ ସେପାଖ : ଲୋକ ଉତ୍ସବ ନୁହେଁ, ବାବୁ ଉତ୍ସବ

0

ସୁବର୍ଣ୍ଣପୁର– ଗତ ବୁଧବାର ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୫ ର ତୃତୀୟ ସନ୍ଧ୍ୟା । ନୃତ୍ୟ ଗୀତର ଏହି ମହାକୁମ୍ଭ ନାନାଦି ସମସ୍ୟା ଦେଇ ଗତି କରୁଛି । ଉତ୍ସବରେ ଆକର୍ଷଣୀୟ ନୃତ୍ୟ ଗୀତ ଆୟୋଜିତ ହେଉଥିଲେ ମଧ୍ୟ ଆଗଭଳି ଆଉ ଉତ୍ସାହ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
👍ବାବୁ ଖୁସ୍ ହେ👍
ନାଁ ଲୋକ ମହୋତ୍ସବ, ହେଲେ ଏହା ଲୋକଙ୍କର ଉତ୍ସବ କମ ବାବୁ ଉତ୍ସବ ବେଶୀ ଲାଗୁଛି । ବର୍ଷ ବର୍ଷ ହେଲା ଲୋକ ମହୋତ୍ସବରେ ସାମିଲ ହୋଇ ଉତ୍ସବକୁ ସଫଳ କରି ଆସୁଥିବା ଲୋକଙ୍କ ଏଥର ଦେଖା ନାହିଁ । କିଛି ହାତ ଗଣତି ବାବୁ ଉତ୍ସବର ମୁଖିଆ ସାଜି ପୁରୁଣା ଲୋକଙ୍କୁ ଭୁଲି ଗଲେ । ନାଟ୍ୟଶ୍ରୀ ଗଦାଧର ବାରିକ, ସମାଜସେବୀ ଶ୍ରୀବତ୍ସ୍ ମଲ୍ଲିକ, ଜ୍ୟୋତି ପଟ୍ଟନାୟକ, ପୁରୁଷୋତ୍ତମ ମିଶ୍ର, ଚୌଧୁରୀ ବିଭାର ପ୍ରମୁଖଙ୍କ ସଂପକ୍ତି ଦେଖିବାକୁ ମିଳୁନାହିଁ । ଉତ୍ସବରେ ସରକାରୀ ଅଧିକାରୀ ମାନଙ୍କୁ ଦେଖି ଲୋକେ ବାବୁ ଖୁସ୍ ହେ ବୋଲି କହୁଛନ୍ତି ।
👍ପରମ୍ପରା ଭାଙ୍ଗିଲା ରେକର୍ଡ ଡ୍ୟାନ୍ସ ହେଲା👍
ସୁବର୍ଣ୍ଣ ଲୋକ ମହୋତ୍ସବରେ ରେକର୍ଡ ଡ୍ୟାନ୍ସକୁ ଅନୁମତି ଦିଆଯାଏ ନାହିଁ । ପ୍ରତ୍ୟେକ ନୃତ୍ୟ ଦଳ ମଞ୍ଚରେ ବାଦ୍ୟ ଯନ୍ତ୍ର ବଜାଇ ଗୀତ ଗାଇବା ବାଧ୍ୟତାମୂଳକ । ତେବେ ଏଥର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମଙ୍ଗଳବାର କୁଆଁର ପୁନେଇ ଜହ୍ନ ରେକର୍ଡ ଗୀତର ତାଳେ ତାଳେ କୌଣସି ଏକ ଦଳ ନୃତ୍ୟ ପରିବେଷଣ କରୁଥିଲେ । ଏହା ଦେଖି ସଂସ୍କୃତିପ୍ରେମୀ ମାନେ କ୍ଷୋଭ ପ୍ରକାଶ କରିଥିଲେ ।

👍ଟିକେ ହାଉଲେ ଯିବୁ👍
ପଲ୍ଲିଶ୍ରୀ ମେଳା ବୁଲିବାକୁ ଗଲାବେଳେ ଟିକେ ଦେଖିକି ନଚାଲିଲେ ଲୋକେ ଝୁଣ୍ଟି ପଡୁଛନ୍ତି । କାରଣ ସବୁଜ ରଙ୍ଗର ଏକ କାର୍ପେଟ ଯେଉଁଠି ଇଚ୍ଛା ସେଇଠି ବିଛାଇଛନ୍ତି । ପଡିଆର ବହୁ ସ୍ଥାନ ଖାଲି ପଡିଛି । ତେଣୁ ସଂଯୋଗ ସ୍ଥାନ ଗୁଡିକରେ ଲୋକେ ଝୁଣ୍ଟି ତଳେ ପଡି ଯାଉଛନ୍ତି । ଶିଶୁ ମାନଙ୍କ କଥା ନକହିବା ଭଲ
ଚୌକି ଦେଖୁଛି ନୃତ୍ୟ ଗୀତ
ସାତ ଦରିଆ ତେର ନଈ ପାରି ହୋଇ ଆସାମ, ରାଜସ୍ଥାନରୁ କଳାକାର ମାନେ ନୃତ୍ୟ ପରିବେଷଣ କରିବା ପାଇଁ ଆସିଛନ୍ତି । ତେବେ କଳାକାର ପାଇଁ ଦର୍ଶକ ଭଗବାନ ସାଜିଥିବା ବେଳେ ଉତ୍ସବର ନୃତ୍ୟ ଦଳଙ୍କ ପାଇଁ ଖାଲି ଚୌକି ହିଁ ଭଗବାନ ସାଜିଛନ୍ତି । ନୃତ୍ୟ ସରିବା ବେଳକୁ ରାତି ୧୧ଟା, ଉଦ୍‌ଘୋଷକ କରତାଳି ଦେବା ପାଇଁ କହିବା ବେଳେ ଲୋକ ନାଇଁ କରତାଳି ବା ଆସିବ କେଉଁଠୁ ?
👍ମାଟିର ସୁପୁତ୍ରଙ୍କୁ ସମ୍ମାନ ନାହିଁ👍
ବୈଠକରେ ଗ୍ରହଣ କରାଯାଉଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଉ ନାହିଁ । ଚଳିତ ବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ନାଟ୍ୟଶ୍ରୀ ଗଦାଧର ବାରିକ, ସୂର୍ଯ୍ୟ ଦେଓ ଏବଂ ରାଜକିଶୋର ହୋତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କିଛି ବୁଦ୍ଧିଜୀବୀ ଉତ୍ସବ ପୂର୍ବରୁ ହୋଇଥିବା ବୈଠକରେ ପ୍ରସ୍ତାବ ଦେଇଥିଲେ । ସିଡିଓଙ୍କ ପରାମର୍ଶ କ୍ରମେ ଜିଲ୍ଲା ସଂସ୍କୃତି ଅଧିକାରୀ ଲିପିବଦ୍ଧ କରି ରଖିଥିଲେ । ଉତ୍ସବର ତିନି ଦିନ ପରେ କୌଣସି କଳାକାରଙ୍କ ନିକଟରୁ କଲ୍ ଟିଏ ଯାଇନାହିଁ । ମଞ୍ଚର ନାମ ଫକୀର ପଟ୍ଟନାୟକ ଖୋଲା ମଞ୍ଚ ହୋଇଥିବା ବେଳେ ଫକୀର ପଟ୍ଟନାୟକ ଫଟୋ ଚିତ୍ର ଟିଏ ବି ରଖି ନାହାନ୍ତି ।ଧନ୍ୟ ରେ ଜିଲ୍ଲା ପ୍ରଶାସନ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *