ସୁଭଦ୍ରା ଯୋଜନା ଅଧିନରେ ଘରେ ଘରେ ପ୍ରଦୀପ ପ୍ରଜ୍ଜଳନ

ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଘରେ ଘରେ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ, ସହକାରୀ ଜିଲ୍ଲାପାଳ ବିଚିତ୍ରା ସେଠି, ସୁଭଦ୍ରା ଭଉଣୀ ମନେ ସାମିଲ ହୋଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ମହିଳା ଦିବସ ପାଳନକୁ ଅଧିକ ସଫଳ କରିବାକୁ ଓ ମହିଳା ମାନଙ୍କ ସମୃଦ୍ଧି କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମ ଅଧିକାରୀ ଅନୀତା ଦାସ, ବରିଷ୍ଠ ରାଜସ୍ବ ସହାୟକ ସୂର୍ଯ୍ୟ ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ I