July 26, 2025
Home » ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ କର୍ମକ୍ଷେତ୍ର ପାଇଁ ଆମ ସରକାର ପ୍ରତିବଦ୍ଧ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ କର୍ମକ୍ଷେତ୍ର ପାଇଁ ଆମ ସରକାର ପ୍ରତିବଦ୍ଧ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

0
WhatsApp Image 2025-07-24 at 5.49.11 PM

ଭୁବନେଶ୍ୱର ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ କର୍ମକ୍ଷେତ୍ର ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ (ପୋଶ) ସମ୍ପର୍କରେ ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ (ପୋଶ) ସମ୍ପର୍କରେ ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକସେବା ଭବନ କର୍ମଚାରୀମାନଙ୍କୁ ଲିଙ୍ଗଗତ ଉତ୍ପୀଡନ ବିରୋଧରେ ସ୍ଵର ଉଠେଇବା ପାଇଁ ଆହ୍ଵାନ ଦେଇଥିଲେ ।


ଉଭୟ ପୁରୁଷ ଓ ମହିଳା ଲିଙ୍ଗଗତ ଉତ୍ପୀଡନର ଶିକାର ହୋଇପାରନ୍ତି । ସେଥିପାଇଁ ଏହି ଆଇନ ବିଷୟରେ ଜାଣିବା ଓ ସଚେତନ ହେବା ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ସମାଜରେ ମହିଳା ଓ ପୁରୁଷ ସମାଜର ଦୁଇଟି ଚକ ସଦୃଶ, ଏହି ଦୁଇ ଚକ ମଧ୍ୟରେ ସମନ୍ୱୟ ରକ୍ଷା କରି ଆମେ ଏକ ସୁରକ୍ଷିତ କର୍ମକ୍ଷେତ୍ର ଓ ସୁରକ୍ଷିତ ସମାଜ ଗଢିପାରିବା । ସମସ୍ତ ଅନୁଷ୍ଠାନ ଓ ମହାବିଦ୍ୟାଳୟରେ ଇଣ୍ଟରନାଲ କମିଟି ଗଢା ଯିବା ପାଇଁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ଯାଞ୍ଚ ପରେ ଦୋଷୀକୁ ଉଚିତ ଦଣ୍ଡବିଧାନ ପ୍ରଦାନ କରିବା ସହ ଭୁଲ ଅଭିଯୋଗ କରୁଥିବା ଦୋଷୀଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ସେ ଦୃଢ ମତ ରଖିଛନ୍ତି ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବୀ ମାନସୀ ପାଢୀ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଦୁଇଟି ଅଧିବେଶନରେ ବିଶିଷ୍ଟ ଆଇନଜୀବୀ ମାନସୀ ପାଢୀ ୬୦୦ରୁ ଉର୍ଦ୍ଧ୍ଵ ଲୋକସେବା ଭବନ କର୍ମଚାରୀମାନଙ୍କୁ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ସମ୍ପର୍କରେ ସଚେତନ କରିବା ସହ ଏହି ଆଇନର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *