January 3, 2026
Home » ସୁସାହିତ୍ୟିକ ଓ ଶିକ୍ଷାବିତ୍ ଜନ୍ମେଜୟ ପାତ୍ର ଙ୍କ ପରଲୋକ

ସୁସାହିତ୍ୟିକ ଓ ଶିକ୍ଷାବିତ୍ ଜନ୍ମେଜୟ ପାତ୍ର ଙ୍କ ପରଲୋକ

0
WhatsApp Image 2026-01-03 at 9.35.29 AM

ଧର୍ମଗଡ ଅଞ୍ଚଳର ସମସ୍ତ ଙ୍କ ର ପ୍ରିୟ ପୂର୍ବତନ ପ୍ରଧାନ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ଓ ବାଗ୍ମୀ ଶ୍ରୀ ଜନ୍ମେଜୟ ପାତ୍ର ଙ୍କ ୮୬ ବର୍ଷ ବୟସରେ ତାଙ୍କ ଧର୍ମଗଡ଼ ସ୍ଥିତ ବାସଭବନରେ ଆଜି ପରଲୋକ ହୋଇ ଯାଇଛି। ସେ କିଛି ଦିନ ହେଲା ଅସୁସ୍ଥତା ହେତୁ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। ସେ ୧୯୬୩ ମସିହାରେ ଧର୍ମଗଡ ହାଇସ୍କୁଲ ରେ ଶିକ୍ଷକ ରୂପେ ଚାକିରୀ ଆରମ୍ଭ କରି ସେହି ସ୍କୁଲ ର ପ୍ରଧାନ ଶିକ୍ଷକ,ଭବାନୀପାଟଣା ଡି ଆଇ ଟି ରେ ବରିଷ୍ଠ ପ୍ରଶିକ୍ଷକ ତଥା ଧର୍ମଗଡ ଶିକ୍ଷା ଜିଲ୍ଲାର ଶିକ୍ଷା ଅଧିକାରୀ ରୂପେ ଅବସ୍ଥାପିତ ରହି ଅବସର ଗ୍ରହଣ କରିଥିଲେ। ଜଣେ ପ୍ରବୀଣ ଶିକ୍ଷକ, ଭାଷା ସାହିତ୍ୟ ରେ ଗଭୀର ପ୍ରବେଶ ଥିବା ଜଣେ ସୁସାହିତ୍ୟିକ ତଥା ଜଣେ ସ୍ନେହୀ, ମିଷ୍ଟ ଭାଷୀ, ଅମାୟିକ ବ୍ୟକ୍ତିତ୍ଵ ରୂପେ ଅଞ୍ଚଳରେ ସେ ନିଜସ୍ଵ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଅଧ୍ୟାପକ ଲିଙ୍ଗରାଜ ପାତ୍ର, ପୁତ୍ର ବଧୂ, ଝିଅ ଜ୍ୱାଇଁ, ନାତି ନାତୁଣୀ, ସାନ ଭାଇ ବରିଷ୍ଠ ଆଇନଜୀବୀ ଧନଞ୍ଜୟ ପାତ୍ର ତଥା ଅନ୍ୟାନ୍ୟ ପରିବାର ର ସଦସ୍ୟ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ।
ବରିଷ୍ଠ ଶିକ୍ଷାବିତ ଓ ସାହିତ୍ୟିକ ଶ୍ରୀ ପ୍ରତାପ କିଶୋର ମୁଣ୍ଡ, ଶିକ୍ଷାବିତ ସତ୍ୟ ନାରାୟଣ ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ର, ହିମାଂଶୁ ଶେଖର ମୁଣ୍ଡ,ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଶିକ୍ଷାବିତ ସତ୍ୟ ପଟ୍ଟନାୟକ, ଆଚାର୍ଯ୍ୟ ହୃଷିକେଶ ମିଶ୍ର,ଆଇନଜୀବୀ, ଚିନ୍ତାମଣି ପାତ୍ର,ଚନ୍ଦ୍ର ପଟ୍ଟଯୋଶୀ,ତୁଷାର ରଞ୍ଜନ ପଟ୍ଟଯୋଶୀ, ଏନ ଏ ସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ସରକାରୀ ଓକିଲ ରାଜେନ୍ଦ୍ର ମୁନି, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ,ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ତାଙ୍କର ପୈତୃକ ଗ୍ରାମ ମାଟିଆ ଠାରେ ଶେଷ କୃତ୍ୟ ସଂପନ୍ନ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *