ସୁସ୍ଥ ହୋଇ ଘରକୁ ଫେରିଲା ହର୍ଷବର୍ଦ୍ଧନ
ସ୍ଵାଗତ କଲେ ପରିବାର ସହ ଜିଲ୍ଲାପାଳ ଓ ଅନେକ ଶୁଭେଛୁ l
ସୁବର୍ଣ୍ଣପୁର: ଓପନ୍ ହାର୍ଟ ସର୍ଜରୀ ଚିକିତ୍ସା ର ସଫଳତା ପରେ ସୁସ୍ଥ ହୋଇ ଘରକୁ ଫେରିଲା ବାଳକ ହର୍ଷବର୍ଦ୍ଧନ(୧୫) l ସୁବର୍ଣ୍ଣପୁର ର ଇଷ୍ଟଦେବୀ ମାଁ ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ତଥା ସମସ୍ତ ଦେବାଦେବୀ ଙ୍କ ଆଶୀର୍ବାଦରୁ ଏବଂ ଓଡ଼ିଶା ସାମ୍ୱାଦିକ ସଂଘ ର ସଂଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, କଟକ ଏସସିବି କାର୍ଡିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକ ଏବଂ ସୋନପୁର ମାଟିର ବରିଷ୍ଠ ଡାକ୍ତରଙ୍କ ପ୍ରଚେଷ୍ଟା ତଥା ତାଙ୍କ ନେତୃତ୍ବରେ ଏକ ୮ ଜଣିଆ ଡାକ୍ତରୀ ଦଳଙ୍କ ପ୍ରଚେଷ୍ଟାରେ ହର୍ଷବର୍ଦ୍ଧନ ଙ୍କ ଓପନ ହାର୍ଟ ସର୍ଜରୀ ସଫଳ ହୋଇଥିଲା l ଘରୋଇ ମେଡିକାଲରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେବ ବୋଲି ଜାଣିବା ପରେ ନିରୀହ ହର୍ଷବର୍ଦ୍ଧନ ଙ୍କ ପରିବାର ନିରାଶ ହୋଇ ବେସାହାରା ହୋଇଥିବା ବେଳେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସାହାରା ପାଲଟି ହର୍ଷବର୍ଦ୍ଧନର ପଛରେ ଛିଡ଼ା ହୋଇଥିଲେ l ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ କଟକର ବରିଷ୍ଠ ଡାକ୍ତର ହର୍ଷବର୍ଦ୍ଧନ ଙ୍କ ସୋନପୁର ବାସଭବନକୁ ପହଞ୍ଚି ଗୁରୁତର ହର୍ଷବର୍ଦ୍ଧନକୁ ଆଶ୍ଵାସନା ଦେବା ସହ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି କଟକ ବଡ଼ ଡ଼ାକ୍ତରଖାନା ନେବାକୁ ସମସ୍ତ ବ୍ୟବସ୍ଥା କରିଥିଲେ l ପ୍ରଶାସନର ଅନୁରୋଧ କ୍ରମେ ଚିତ୍ତଜ୍ଞାନୀ ଚେରିଟେବୁଲ୍ ଟ୍ରଷ୍ଟର ମୁଖ୍ୟ ଡ. ହୋତା କଟକ କାର୍ଡିଓଲୋଜି ମୁଖ୍ୟ ଡା. ମନୋଜ ପଟ୍ଟନାୟକ ଙ୍କ ୮ ଜଣିଆ ଡ଼ାକ୍ତରୀ ଦଳଙ୍କ ସହାୟତାରେ ଓପନହାର୍ଟ ସର୍ଜରୀ ସଫଳ ହୋଇ ପାରିଛି l ମାଁ ସୁରେଶ୍ଵରୀ, କଟକ ର ଡାକ୍ତର ମନୋଜ ପଟ୍ଟନାୟକ ଏବଂ ଡ଼ାକ୍ତରୀ ଟିମଙ୍କୁ ତଥା ଚିତ୍ତ ଜ୍ଞାନୀ ଚେରିଟେବୁଲ୍ ଟ୍ରଷ୍ଟ ସୋନପୁରର ମୁଖ୍ୟ ପରିଚାଳକ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ଯେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେମାନେ ଜଣେ ଜଣେ ଧ୍ରୁବ ତାରା ଭଳି ଆଦର୍ଶ ହୋଇ ଦୁଃଖୀ ଓ ପ୍ରତ୍ୟେକ ରୋଗୀଙ୍କ ସେବାରେ ସଫଳ ହୁଅନ୍ତୁ ଓ ଯଶ ଲାଭ କରନ୍ତୁ l ଉଚ୍ଚ ଚିକିତ୍ସା ପାଇଁ ସମସ୍ତ ପରାମର୍ଶ ଓ ଉତ୍ସାହ ଯୋଗାଇ ପ୍ରତିଦିନ ଡାକ୍ତର, ରୋଗୀ ଓ ସାମ୍ୱାଦିକ ଙ୍କ ସହିତ ଯୋଗାଯୋଗ ରଖି ଆସିଥିବା ତଥା ସବୁ ସ୍ତରରେ ସହାୟତା କରିଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ଓ ହର୍ଷବର୍ଦ୍ଧନଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ ଓ ପ୍ରାର୍ଥନା କରିଥିବା ସୋନପୁର ସହର ର ଶ୍ରୀ ଗୋପାଲଜୀ ଯୋଗାଳୟ, ଦିବ୍ୟଉର୍ଯ୍ୟା ଯୋଗ ସେବାସମିତି, ସ୍ଵଚ୍ଛ ଭାରତ ସଙ୍ଗଠନ, ପ୍ରଜାପିତା ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ, କୋଶଳ ହାଇସ୍କୁଲ, ବିଶ୍ଵ ଭାରତୀ ଶିକ୍ଷାନୁଷ୍ଠାନ, ସୋନପୁର କଲେଜ ଏନସିସି, ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଓ ଯୁକ୍ତ ଦୁଇ କଲେଜ, ବରିଷ୍ଠ ନାଗରିକ ସଂଘ, ମହାରାଜା ହାଇସ୍କୁଲ ୯୧ ବେଚ୍, ଜିଲ୍ଲା ପ୍ରଶାସନ, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ଡାକ୍ତର ଦୁର୍ଗାଦତ୍ତ ଦାଶ, ଡାକ୍ତର ନରେନ୍ଦ୍ର ମେହେର, ପ୍ରାକ୍ତନ ଅଧ୍ୟକ୍ଷା ପ୍ରକାଶ ଚନ୍ଦ୍ର ସାହୁ, ସହର ର ବୁଦ୍ଧିଜିବୀ ଓ ବିଭିନ୍ନ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ଠାରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ଚିରଦିନ କୃତଜ୍ଞ ହୋଇ ରହିବ l ମା ସୁରେଶ୍ଵରୀ ଓ ସମସ୍ତ ଦେବାଦେବୀ ଙ୍କ ଆଶୀର୍ବାଦରେ ଜିଲ୍ଲା ପ୍ରଶାସନ ସମସ୍ତ ଅନୁଷ୍ଠାନ ସଫଳତା ଓ ସମୃଦ୍ଧି ଲାଭ କରୁ ଏବଂ ସମାଜରେ ବିଶ୍ବାସ ଭାଜନ ହୋଇ ଜନ କଲ୍ୟାଣ କାର୍ଯ୍ଯରେ ବ୍ରତୀ ରହୁ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
