July 1, 2025
Home » ସୃଜନୀ ତରଫରୁ ରଜର ତାରକା , ବୋହୁ ପ୍ରତିଭାଧାରୀ ସମ୍ମାନୀତ

ସୃଜନୀ ତରଫରୁ ରଜର ତାରକା , ବୋହୁ ପ୍ରତିଭାଧାରୀ ସମ୍ମାନୀତ

0
WhatsApp Image 2025-06-18 at 12.07.17 PM

ବ୍ରହ୍ମପୁର: ଭୁବନେଶ୍ଵର ଠାରେ ଷ୍ଟଲ୍ ୱାଟ ଯଯାତି ହୋଟେଲର ଖୋଲା ମଞ୍ଚରେ ବ୍ରହ୍ମପୁରର ସୃଜନୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ତରଫରୁ ରଜର ତାରକା ନାମରେ ରଜ ପର୍ବ ପାଇଁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ସୃଜନୀ ର ମୁଖ୍ୟ ପରିଚାଳକା ବନ୍ଦିତା ତ୍ରୀପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ତିରୁବନନ୍ତପୁରମ୍ ବୈଦ୍ୟିକ ବିଶ୍ଵ ବିଦ୍ୟାଳୟ କୁଳପତି ହରିହର କାନୁନ୍ ଗୋ, ଫ୍ୟାସନ ଡିଜାଇନର ସବ୍ୟସାଚୀ ଶତପଥୀ ,ବିଜେପି ନାରୀ ନେତ୍ରୀ ଜୟନ୍ତୀ ପଢ଼ିଆରି, ସରୋଯା ଚୌଧୁରୀ, ବବିତା ମହାନ୍ତି, ମମତା ଫତୁଆ, ସମାଜସେବୀ ସୁଶାନ୍ତ ସାବତ, ଅଶୋକ ତ୍ରୀପାଠୀ,ସାମ୍ୱାଦିକ ସ୍ବାଧିନ ପାତ୍ର, ପଲବିକା ତ୍ରିପାଠୀ,ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ବ୍ରାଣ୍ଡ ଆମ୍ବାସାଡର ପୁଷ୍ପଲତା ପାଣିଗ୍ରାହୀ, ସାବନା ଦାସ, ଇଶାଙ୍କା ସାହୁ, ରବି ପଟ୍ଟନାୟକ, କେ.ରାଜl , ସୁଲୋଚନା ପାଢ଼ୀ, କେ .ଦୀପା,ସୁନନ୍ଦା ଚୌଧୁରୀ ପ୍ରମୁଖ ଅନୁରୂପ ଯୋଗ ଦେଇଥିଲେ । ଶିବାନନ୍ଦ ବାରିକ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ । ସନ୍ତୋଷ କୁମାର କ୍ୟାମେରା ପରିଚାଳନା କରିଥିଲେ ଓ କୁଲଦୀପ ପଣ୍ଡା, ଅବନୀ ନିର୍ଦେଶନା କରିଥିଲେ। ଏହି ଅବସରରେ ବୋହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଅନୁରୂପ ଅନ୍ୟତମ ଅତିଥି ରୂପେ ଉପସ୍ଥିତ ରହି ଏକ ଭଜନ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ । ପାରମ୍ଭରେ ସୁଧାଶ୍ରୀ ପଣ୍ଡା ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଏହି ଅବସରରେ କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ନିମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହି ପରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବୋହୁ ପ୍ରତିଭାଧାରୀ ଆଉ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଓଡ଼ିଆଣୀ ସଜବାଜ ପ୍ରତିଯୋଗିତାରେ ତିନି ପ୍ରତିଯୋଗୀଙ୍କୁ ରୂପାର ଅଳଙ୍କାର, ପାନ ଓ ଓଡ଼ିଆ ପିଠା ର ସମସ୍ତ ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତିଭାଧାରୀ କଳାକାରମାନଙ୍କୁ ଆଗାମୀ ଚଳଚ୍ଚିତ୍ର ରେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ଦିଆଯିବ ବୋଲି ଏଠାରେ ପ୍ରଯୋଜକ ମାନେ ପ୍ରତିଶ୍ରୁତି ଦେଇଥିଲେ ।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *