October 16, 2024
Home » ସେବାୟତ କୁଳର ଅନନ୍ୟ ପରମ୍ପରା ନେତପିଲା

ସେବାୟତ କୁଳର ଅନନ୍ୟ ପରମ୍ପରା ନେତପିଲା

0

 

ଶ୍ରୀକ୍ଷେତ୍ର ପୁରୀରେ ଏବେ ଦେଖିବାକୁ ମିଳିଛି ବହୁ ପୁରାତନ କାଳରୁ ପ୍ରଚଳିତ ପରମ୍ପରା ନେତପିଲା | ଶ୍ରୀକ୍ଷେତ୍ରର ସେବାୟତ ପରିବାରରେ ଥିବା ଅନୁଢ଼ା ତଥା କୁନିକୁନି କୁମାରୀ କନ୍ୟାମାନେ ବିଶେଷ ବେଶଭୁଷାରେ ସଜ୍ଜିତ ହୋଇ ନେତପିଲା ପର୍ବ ପାଳନ କରୁଛନ୍ତି | ମୁଖ୍ୟତଃ ପରିବାରର କଲ୍ୟାଣ ତଥା ଭଲ ବର ବା ସ୍ୱାମୀ ପାଇବା ଉଦ୍ୟେଶ୍ୟରେ ଏହି ପର୍ବକୁ ପିଲାମାନେ ପାଳନ କରୁଥିବା ଜଣାଯାଏ |
ଶାରଦୀୟ ଦୁର୍ଗାପୂଜା ବେଳେ ପୁରୀ ଶ୍ରୀମନ୍ଦିରର ସେବାୟତ ପରିବାରରେ ଦେଖିବାକୁ ମିଳିଥାଏ ନେତପିଲା ପରମ୍ପରା | ଶହଶହ ବର୍ଷ ପୂର୍ବରୁ ପାଳିତ ହୋଇଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡିକରେ ପରମ୍ପରା ମୁତାବକ ଚାଲିଆସୁଛି | ଭଲ ସ୍ୱାମୀ ପାଇବା ଆଶାରେ ସେବାୟତ ପରିବାରର କୁନି କୁନି କୁଆଁରୀ ଝିଅ ମାନେ ଏହି ପର୍ବ ପାଳିଥାନ୍ତି | ପ୍ରାୟ 21 ଦିନ ପୂର୍ବରୁ ବଳୀପୁଜନ କରିବା ପରେ ତିନିଦିନ ଧରି ବିଭିର୍ନ ବେଶ ଭୁଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀ ଠାରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପାଖରେ ପୂଜା କରିଵା ସହ ସେଠାରେ ବଳି ଗୀତ ଗାଇଥାନ୍ତି
ଏହି ନିଆରା ଓ ଭିର୍ଣ୍ଣ ଧରଣର ପରମ୍ପରା ଶ୍ରୀକ୍ଷେତ୍ର ପୁରୀରେ କେବଳ ଦେଖିବାକୁ ମିଳିଥିବା ବେଳେ ଦୁର୍ଗା ପୂଜା ସମୟରେ ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ନେତ ପିଲାମାନେ ପୂଜା କରୁଥିବା ଦେଖିବାକୁ ମିଳିଥିଲା | ବିଭିର୍ନ ପ୍ରକାରର ଫଳ, ନଡ଼ିଆ, ପରିବା, ଗୁଆ ଆଦି ଅର୍ପଣ କରି ପୂଜା କରିବାର ଵିଧି ଥିବାବେଳେ ବଳି ଗୀତ ଗାନ କରିଥାନ୍ତି | ପୂଜା ପରେ ନେତପିଲା ମାନେ ସେମାନଙ୍କର ସମ୍ପର୍କୀୟ ମାନଙ୍କ ଘରକୁ ବୁଲିଯିବାର ଵିଧି ରହିଛି |
ମା ପାର୍ବତୀ ଶିବଙ୍କୁ ପାଇବା ଉଦ୍ୟେଶ୍ୟରେ ଏହି ପୂଜା କରିବାର କିମ୍ବଦନ୍ତୀ ରହିଥିବାରୁ ତାହାକୁ ଅନୁସରଣ କରି ଶିବଙ୍କ ଭଳି ସ୍ୱାମୀ ପାଇବା ଉଦ୍ୟେଶ୍ୟରେ ଏହି ନେତପିଲା ପର୍ବ ପାଳିତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *