ସେର୍ବିକାଲ କ୍ୟାନ୍ସର ବା ଗର୍ଭାଶୟ ଗ୍ରୀବା ଟୀକାର ଦ୍ଵିତୀୟ ଟୀକା ନିଃଶୁଳ୍କ ପ୍ରଦାନ

ବ୍ରହ୍ମପୁର: ସ୍ୱାସ୍ଥ୍ୟ ଓ ଶିକ୍ଷାର ଉନ୍ନତିପାଇଁ କାର୍ଯ୍ୟରତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ସର୍ବିକାଲ କେନ୍ସର ବା ଗର୍ଭାଶୟ ଗ୍ରୀବା କର୍କଟ ରୋଗର ପ୍ରତିଷେଧକ ଟୀକାର ଦ୍ଵିତୀୟ ଟୀକା ୧୪୧ ଜଣ ୯ ବର୍ଷରୁ ୨୬ ବର୍ଷର ବୟସ୍କ ଝିଅପିଲା ଓ ମହିଳା ମାନଙ୍କୁ ନିଃଶୁଳ୍କ ପ୍ରଦାନ କରାଯାଇଛି।କ୍ଳବର ସଭାପତି ସତ୍ୟକାମ ପାତ୍ର, ସମ୍ପାଦକ ଏମ୍.ପ୍ରବୀଣ, ଏହି ପ୍ରୋଜେକ୍ଟର ଆଧ୍ୟକ୍ଷ Asn ଗୁପ୍ତାଙ୍କ ତତ୍ବାବ୍ଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଛି।ଡ ଟି.ପ୍ରକାଶ ରାଓ,ଡ.ଇପାରି ନାରାୟଣ ରାଓ, ଡ.ଜେ.ସୋମେଶ୍ୱର ରାଓ, ଡ.ଜେ.ବାଣୀଶ୍ରୀ, ଡ.ସରୋଜ କୁମାର ବର୍ମା,ଡ.ଜେ. ନାରାୟଣ ରାଓ, ଡ.ୟୁ.ଶ୍ରୀଧର ମୂର୍ତି ,ଡ.ରୋଶନ କୁମାର ଟୀକା ପ୍ରଦାନ କରିଥିଲେ।ଏହି ଟିକାର ପ୍ରଥମ ପାନ ୨୭.୦୫.୨୫ ଓ ୦୭.୦୬.୨୦୨୫ ଦିଆଯାଇଥିବା ସମସ୍ତ ଝିଅ ମାନଙ୍କୁ ସ୍ୱାସ୍ଥ୍ୟସୁରକ୍ଷାର ମନ୍ତ୍ର ସୁଷମ ଖାଦ୍ୟସେବନ , ବ୍ୟାୟାମ, ଉତ୍ତମ ଆଚରଣ ବିଷୟରେ ଡ.ଟି.ପ୍ରକାଶ ରାଓ, ଇ.ଶିବ ପ୍ରସାଦ ରାଓ, ଇଂଜିନିଅର ପ୍ରଶାନ୍ତ କୁମାର ପାତ୍ର, ସମ୍ୟକ ଭାବରେ ବୁଝାଇଥିଲେ। ଗର୍ଭାଶୟ କର୍କଟ ଏକ ମାରାତ୍ମକ ଅଟେ ଏହାର କୌଣସି ଟୀକା ନ ଥିବାରୁ ବହୁ ଲୋକ ମୃତ୍ୟୁମୁଖରେ ପଡୁଥିବା ଦେଖା ଯାଇଛି । ଟିକାର ଉଦ୍ଭାବନପରେ ଏହାର ନିୟନ୍ତ୍ରଣ କରିବା ସହଜ ହୋଇଯାଇଛି। ସର୍ବିକାଲ କର୍କଟରୁ ରକ୍ଷାପାଇବା ପାଇଁ ଏହି ଟୀକାଦେବା ନିହାତି ଆବଶ୍ୟକ ବୋଲି କହିଥିଲେ । ଏହି କର୍କଟର ସମ୍ୟକ ସୂଚନା ଓ ଜ୍ଞାନ ପ୍ରଦାନ ପାଇଁ ଆସନ୍ତା ନଭେମ୍ବଫ ୭ ତାରିଖରେ ଏକ ବଡଧରଣର ସେମିନାର କରାଯିବ ଓ ନଭେମ୍ବର ୨୭ ତାରିଖରେ ଏହି ଟିକାର ତୃତୀୟ ପାନ ଦିଆଯିବ ବୋଲି ସୁଚାଇଥିଲେ। ସ୍ମୃତିବର୍ଦ୍ଧନ ଦାସ ଜିଲ୍ଲା ଟୀକା ତତ୍ବାଭଧାରକ ଉପସ୍ଥିତ ରହି ପର୍ଯ୍ୟବେକ୍ଷଣ କରିଥିଲେ।ପୂର୍ବତନ ସଭାପତି ଏମ୍.ବିଦ୍ୟାସଗାର, ବସନ୍ତ କୁମାର ସାହୁ, କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି, ଜମ୍ମୁଲା ସୁରେଶ, ପି.ଶ୍ରୀନିବାଶ ରାଓ, ଇପାରି ରଘୁନାଥମ, ଏ. ରାମଚନ୍ଦ୍ର ରାଓ , Ch. ଶିବ ସଂଜୀବ ପାତ୍ର, କେ.ନନ୍ଦେଷୁ ସେନାପତି, ବି.ପ୍ରବୀଣ କୁମାର,ଶ୍ରୀକାନ୍ତ ସେନାପତି, ଅନୀଲ କୁମାର ଚୌଧୁରୀ, ଇ.ଜଗଦୀଶ୍ୱର ରାଓ, କ୍ଳବର ଶକ୍ତି ବିଭାଗର ଶ୍ରାବଣୀ, ଟି.ଅନୁରାଧା, ଇନ୍ଦିରା ଚୌଧୁରୀ, ପୋଲକୀ ତନୁଯା, ସିଲଲ ସୁନିତା, ଭି.ସତ୍ୟନାରାୟଣ , ଇ.ସରସ୍ୱତୀ, ଇ.ପ୍ରବୀଣା ଓ ବହୁ ସଭ୍ୟା ଓ ସଭ୍ୟ ସହଯୋଗ କରିଥିଲେ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ