February 10, 2026
Home » ସୋଆ ପକ୍ଷରୁ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ସୋଆ ପକ୍ଷରୁ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

0
Shradhanjali

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରିଜରଭିସନ୍‌, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ସୋମବାର ଦିବଙ୍ଗତ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି, ଆଶୁତୋଷ ପରିଡ଼ା, ଅଶ୍ୱିନୀ କୁମାର ମିଶ୍ର, ସାହିତ୍ୟିକ ଅସିତ୍ ମହାନ୍ତି, ସନ୍ତୋଷ କୁମାର ରଥ, ଗୌରାଙ୍ଗ ଚରଣ ଦାଶ, ଫଣୀନ୍ଦ୍ର ଭୂଷଣ ନନ୍ଦ, ପ୍ରଦୀପ୍ତ କୁମାର ପଣ୍ଡା, କ୍ଷୀରୋଦ ପରିଡ଼ା, ମିହିର କୁମାର ସାହୁ, ବିଶିଷ୍ଟ ପ୍ରକାଶକ ବନୋଜ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ କବି ରମାକାନ୍ତ ରଥଙ୍କ କବିତା ଓ ବ୍ୟକ୍ତିଗତ ଜୀବନର ସ୍ମୃତିଚାରଣ କରିଥିଲେ। ଦିବଙ୍ଗତ କବି କିପରି ଯୁବ କବିମାନଙ୍କୁ ଉତ୍ସାହିତ ଓ ପ୍ରେରିତ କରୁଥିଲେ ବୋଲି ପ୍ରାଚୀନର ମୁଖ୍ୟ ପ୍ରଫେସର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ।
୨୦୨୩ ମସିହା ନଭେମ୍ବର ୨୬ ତାରିଖରେ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ରମାକାନ୍ତ ରଥଙ୍କୁ ‘ସୋଆ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *