ସୋନପୁରରେ ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସଦର ମହକୂମା ଠାରେ ଏକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମଙ୍ଗଳବାର ଦିନ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ତରଫରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କରା ଯାଇଥିଲା ।ଏ ସଂକ୍ରାନ୍ତରେ ପ୍ରସ୍ତାବ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଏବଂ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ,ଓଡିଶା ସରକାରଙ୍କୁ ଅନୁରୋଧ କରି ପ୍ରସ୍ତାବ ଗୃହୀତ କରା ଯାଇଅଛି। ତତ୍ ସଙ୍ଗେ ସଙ୍ଗେ ସୋନପୁର ଏବଂ ବୀରମହାରାଜପୁର ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। ଉକ୍ତ ବୈଠକରେ ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ସ୍ବାଗତ କରିଥିବା ବେଳେ ଉପ ସଭାପତି ସୌମିତ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ। ବୈଠକରେ ଗୋପୀନାଥ ମହାକୁର, ବାସୁଦେବ ପଣ୍ଡା, ଭୂଷଣ କୁମାର ପାତ୍ର, ବଳରାମ କାଣ୍ଡ,ଗୋଲକ ବିହାରୀ ଦେହୁରୀ, ଭଗବାନ ମିଶ୍ର, ନାରାୟଣ ପ୍ରସାଦ ନାୟକ, ଭୀମସେନ ବାରିକ,ଅକ୍ରୂର ଦନ୍ତା,ସୁରୁ ସାହୁ, ଚମରା ମହାକୁର ପ୍ରମୁଖ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..