July 1, 2025
Home » ସୋନପୁର ଉପ କାରାଗାର ରେ ସ୍ଵତନ୍ତ୍ର ଯୋଗ ସଂସ୍କାର ଶିବିର ଆୟୋଜିତ

ସୋନପୁର ଉପ କାରାଗାର ରେ ସ୍ଵତନ୍ତ୍ର ଯୋଗ ସଂସ୍କାର ଶିବିର ଆୟୋଜିତ

0
WhatsApp Image 2025-05-12 at 3.23.30 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପ କାରାଗାର ରେ ଏକ ସ୍ବତନ୍ତ୍ର ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବ ଭାରତ ପ୍ରଭାରୀ ଅମୃତଂ।ଶୁ ପ୍ରଧାନ ଉପସ୍ଥିତ ରହି ସମସ୍ତ ବିଚାରଧୀନ କଏଦୀ ଙ୍କୁ ଯୋଗାଭ୍ୟାସ, ସୂର୍ଯ୍ୟ ନମସ୍କାର, ରୋଗ ଅନୁସାରେ ଯୋଗ ଓ ପ୍ରାଣାୟାମ ର ପ୍ରତି ଦିନ ସକାଳ ରେ ଯୋଗ ଅଭ୍ୟାସ ଦ୍ଵାରା ରୋଗର ନିବାରକ ଓ ନୂତନ ଜୀବନ ଧାରଣ ଶୈଳୀ ସୁନ୍ଦର ହୋଇ ପାରିବ ବୋଲି ନିଜର ବହୁମୂଲ୍ୟ ମତାମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଉପ କାରାପତି ରାଜେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପତଂଜଳି ଭାରତ ସ୍ଵାଭିମାନ ପ୍ରଭାରୀ ମନୋଜ ପଣ୍ଡା ଓ ଜିଲ୍ଲା ଯୁବ ଭାରତ ପ୍ରଭାରୀ ବିଶ୍ୱଜିତ୍ ଚାନ୍ଦ ଶିବିର ରେ ଯୋଗ ଆସନ ପ୍ରଦର୍ଶନ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *