February 6, 2026
Home » ସୋନପୁର କଲେଜ କୁ ସରକାରୀ ମାନ୍ୟତା ଦେବା ଦାବି ନେଇ ଭୁବନେଶ୍ୱର କୁ ସାଇକେଲ ଯାତ୍ରା l

ସୋନପୁର କଲେଜ କୁ ସରକାରୀ ମାନ୍ୟତା ଦେବା ଦାବି ନେଇ ଭୁବନେଶ୍ୱର କୁ ସାଇକେଲ ଯାତ୍ରା l

0
WhatsApp Image 2025-03-10 at 1.11.49 PM (1)

ସୁବର୍ଣ୍ଣପୁର –ସୋନପୁର କଲେଜ୍ ର ବାଣିଜ୍ୟ ସ୍ନାତକ ଦ୍ଵିତୀୟ ବର୍ଷ ଛାତ୍ର ତଥା ନବନିର୍ମାଣ ଯୁବ ଛାତ୍ର ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସହ ସଂଯୋଜକ ଶ୍ରୀକାନ୍ତ ସାହୁ ସୋନପୁର କଲେଜ କୁ ସରକାରୀ ମାନ୍ୟତା ଦେବାପାଇଁ ଭୁବନେଶ୍ୱର ଅଭିମୁଖେ ଏକ ସାଇକଲରେ ଯାତ୍ରା ଆରମ୍ଭ କରିଛନ୍ତି। ଗଣ ମାଧ୍ୟମ କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଏହି ଅତ୍ୟାବଶ୍ୟକ ପଦକ୍ଷେପ ନେବା ପାଇଁ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ସାକ୍ଷାତ କରିବେ । ଏହା ସହ କ୍ରମାଗତ ବଢ଼ି ଚାଲିଥିବା ଛାତ୍ର ଛାତ୍ରୀ ହିଂସା ତଥା କଲେଜ୍ ରେଗିଂ ଓ ଛାତ୍ର ଛାତ୍ରୀ ଆତ୍ମହତ୍ୟା ଆଦି ଉପରେ ଅଙ୍କୁଶ ଲଗାଇବା ପାଇଁ ବିଧେୟକ ଆଣିବା ପାଇଁ ସେ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ପ୍ରତି ଗାଁ ରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ତଥା ପ୍ରତି ପଞ୍ଚାୟତ ରେ ଉଚ୍ଚ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଙ୍କୁ ଦାବିପତ୍ର ଦେବେ ବୋଲି ସେ କହିଛନ୍ତି। ଦରକାର୍ ପଡ଼ିଲେ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ସାକ୍ଷାତ କରିବି ଓ ୬୦ ବର୍ଷ ରୁ ପୁରୁଣା ସୋନପୁର କଲେଜ୍ କେବେ ସରକାରୀ ହେଵ ଓ ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର ଛାତ୍ରୀ ଙ୍କ ଉତ୍ତମ ଗୁଣାତ୍ମକ ଶିକ୍ଷା ପାଇବାରେ ଅଧିକାର ଅଛି ନା ନାହିଁ ଏହା ପଚାରିବି ବୋଲି କହିଛନ୍ତି ଶ୍ରୀକାନ୍ତ ସାହୁ । ମନେ ରଖିବା ଉଚିତ୍ ପଶ୍ଚିମ ଓଡ଼ିଶା ରେ ପ୍ରତି ଜିଲ୍ଲା ରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକର ଘନତ୍ଵ ବହୁତ୍ କମ୍। ଏହି କ୍ରମାଗତ ଅବହେଳା ହିଁ ଅଞ୍ଚଳ ରେ ଦାଦନ ସମସ୍ୟା ର ମୁଖ୍ୟ କାରଣ l ନିଯୁକ୍ତି ଭିତ୍ତିକ ଶିକ୍ଷା ପ୍ରଦାନ ସରକାର ଙ୍କ ନୂତନ ଶିକ୍ଷା ନୀତି ର ମୁଖ୍ୟ କେନ୍ଦ୍ରବିନ୍ଦୁ କରିବା ପାଇଁ ସେ ଜୋର୍ ଦେବେ ବୋଲି କହିଛନ୍ତି।
ନବନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ଶ୍ରୀକାନ୍ତ ଙ୍କ ଏହି ସାହସିକ ସାଇକେଲ ଯାତ୍ରା କୁ ଭୁବନେଶ୍ୱର ରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ର ରାଜ୍ୟ ସଂଯୋଜକ ମନ୍ୱର୍ ଅଲ୍ଲୀ ସ୍ଵାଗତ କରିବେ ବୋଲି ସୂଚନା ଦେଇଛନ୍ତି। ଏହା ସହ ପ୍ରତ୍ୟେକ ଛକ, କଲେଜ୍ ଛକ ଅଞ୍ଚଳ ରେ ଶ୍ରୀକାନ୍ତ ଙ୍କ ଏହି ସାଇକେଲ ଯାତ୍ରା କୁ ସ୍ଵାଗତ କରିବା ପାଇଁ ବିଭିନ୍ନ ଛାତ୍ର ସଂଗଠନ କୁ ଅନୁରୋଧ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *