July 27, 2025
Home » ସୋନପୁର କଲେଜ ସମସ୍ୟା ନେଇ ବିଧାୟକ ଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ଛାତ୍ରୀ ସଂଘ ର ପ୍ରତିନିଧି

ସୋନପୁର କଲେଜ ସମସ୍ୟା ନେଇ ବିଧାୟକ ଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ଛାତ୍ରୀ ସଂଘ ର ପ୍ରତିନିଧି

0
WhatsApp Image 2025-07-15 at 11.32.40 AM

ସୁବର୍ଣ୍ଣପୁର– ସୋନପୁର କଲେଜ ର ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ସୋମବାର ଦିନ ପୂର୍ବାହ୍ନରେ ତାଙ୍କ ରାମପୁର ସ୍ଥିତ ବାସଭବନରେ ସାକ୍ଷାତ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସୋନପୁର କଲେଜ କିପରି ସରକାରୀ ମାନ୍ୟତା ପାଇ ପାରିବ ସେ ଦିଗରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ସରକାରୀ ମାନ୍ୟତା କିପରି ମିଳିବ ସେ ସମସ୍ତ ଚେଷ୍ଟା ସହ ଆଗାମୀ ବିଧାନସଭା ଅଧିବେଶନରେ ପ୍ରଶ୍ନ ଉଠାଇବେ ବୋଲି ଶ୍ରୀ ପୂଜାରୀ ନିର୍ଭର ପ୍ରତିଶୃତି ଦେଇଥିଲେ। ଏହା ସହିତ ସୋନପୁର କଲେଜ ପରିସରରେ ଏକ ସୁନ୍ଦର ସଭାଗୃହ ନିର୍ମାଣର ପ୍ରତିଶୃତି ତାଙ୍କ ନିଜ ପକ୍ଷରୁ ଶ୍ରୀ ପୂଜାରୀ ସଂଘକୁ ପ୍ରତିଶୃତି ଦେଇଥିଲେ। ସୋନପୁର କଲେଜ ରେ କେମିତି ପିଜି ବିଭାଗ ଖୋଲାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା l ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସମ୍ପାଦକ ବିଶ୍ଵବିର ମିଶ୍ର, ଅଭିଷେକ ଶର୍ମା ଓ କାର୍ଯ୍ୟକାରିଣୀ ସଦସ୍ୟ ରାମ ଶଙ୍କର ଭୋଇ ପ୍ରମୁଖ ସାମିଲ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *