October 24, 2025
Home » ସୋନପୁର ପୌରାଞ୍ଚଳ ରେ ଖାଦ୍ୟ ନିରାପତ୍ତା ସ୍କ୍ୱାର୍ଡ ର 27 ଟି ଦୋକାନ ରେ ଚଢାଉ

ସୋନପୁର ପୌରାଞ୍ଚଳ ରେ ଖାଦ୍ୟ ନିରାପତ୍ତା ସ୍କ୍ୱାର୍ଡ ର 27 ଟି ଦୋକାନ ରେ ଚଢାଉ

0
WhatsApp Image 2025-07-12 at 3.14.55 PM

ସୁବର୍ଣ୍ଣପୁର– ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ରେ ସୋନପୁର ପୌରାଞ୍ଚଳ ର ହୋଟେଲ ଓ ରେଷ୍ଟୁରାଣ୍ଟ ଓ ଠେଲା ମାନଙ୍କ ରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ହୋତା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦିବା 11 ଟା ରୁ ସମସ୍ତ ହୋଟେଲ ରେଷ୍ଟୁରାଣ୍ଟ ମାନଙ୍କରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ତାଙ୍କ ଟିମ ର ଚଢ଼ାଉ ଜାରି ରହିଥିଲା l ମୋଟ 27 ଗୋଟି ଦୋକାନରେ ଖାଦ୍ୟ ର ମାନ ଯାଞ୍ଚ କରି ପାଣି ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି l ବିଶେଷ କରି ବର୍ତ୍ତମାନ ପରସ୍ଥିତି ରେ ତରଳ ଝାଡା ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ଓ ଯାନିଯାତ୍ରା ଲାଗିରହୁଥିବାରୁ ଲୋକ ଭିଡ ରେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ତଥା ତଟକା ଖାଦ୍ୟ ସବୁ ଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି l ଉକ୍ତ ଟିମ ରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,ରାଜୀବ ପଧାନ, ପୋଲିସ ଟିମ ସବୁ ସାମିଲ ଥିଲେ l ଚଢ଼ାଉ ବେଳେ ବାସି ଖାଦ୍ୟ ସବୁ ନଷ୍ଟ କରାଗଲା I ଦୂଷିତ ଖାଦ୍ୟ ଓ ପାନୀୟ ଲୋକ ଙ୍କୁ ନଦେବା ପାଇଁ ତାଗିଦ କରାଗଲା ଓ ଯେ ଏହାର ଖିଲାପ କରିବେ ତାଙ୍କୁ ଉଚିତ ଦଣ୍ଡ ଦିଆଯିଵ ବୋଲି ଦୋକାନୀ ଙ୍କୁ ସତର୍କ କରାଗଲା l ପ୍ରକାଶ ଥାଉ କି ପୂର୍ବରୁ ଉଲୁଣ୍ଡା, ତରଭା,ଡୁଙ୍ଗୁରିପାଲି ସହର ରେ ମଧ୍ୟ ଏହି ଟିମ ଦ୍ୱାରା ଚଢ଼ାଉ କରି ଖାଦ୍ୟ ର ମାନ ଯାଞ୍ଚ କରାଯାଇଛି l ଆଗକୁ ଜିଲ୍ଲା ର ବିଭିନ୍ନ ସହର ରେ ଅଚାନକ ଚଢ଼ାଉ କରାଯିବ ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *